ଡେଞ୍ଜର ଜୁଲାଇ; ଚିହ୍ନଟ ହେଲେଣି ୧୧ ହଜାରରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କବଳକୁ ରାଜ୍ୟ ଆସିବା ପରଠାରୁ ଡେଞ୍ଜର ସାଜିଛି ଜୁଲାଇ ମାସ।  ଜୁଲାଇରେ ବଢ଼ିଚାଲିଛି ମହାମାରୀ କରୋନା ଯନ୍ତ୍ରଣା । ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ବେଗ୍‌ରେ ଗତି କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି କିଛି କମ୍‌ ନାହିଁ। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଥିବା ବେଳେ କେବଳ ଜୁଲାଇ ମାସ ଆରମ୍ଭରୁ ୨୦ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପି ସାରିଲାଣି । ଜୁଲାଇ ମାସରେ ୧୧ […]

COrona-5-2

COrona-5-2

Niharika Rout
  • Published: Monday, 20 July 2020
  • Updated: 20 July 2020, 01:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କବଳକୁ ରାଜ୍ୟ ଆସିବା ପରଠାରୁ ଡେଞ୍ଜର ସାଜିଛି ଜୁଲାଇ ମାସ।  ଜୁଲାଇରେ ବଢ଼ିଚାଲିଛି ମହାମାରୀ କରୋନା ଯନ୍ତ୍ରଣା । ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ବେଗ୍‌ରେ ଗତି କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି କିଛି କମ୍‌ ନାହିଁ।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଥିବା ବେଳେ କେବଳ ଜୁଲାଇ ମାସ ଆରମ୍ଭରୁ ୨୦ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପି ସାରିଲାଣି । ଜୁଲାଇ ମାସରେ ୧୧ ହଜାର ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩ ହଜାର ୪୯୩ରେ ପହଞ୍ଚିଛି । ଅର୍ଥାତ ୩୧ ପ୍ରତିଶତ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ ବା ସ୍ଥାନୀୟ ସଂକ୍ରମିତ ।

ଜୁଲାଇରେ ଆହୁରି ଭୟଙ୍କର ହେବ କରୋନା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୯୭ ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ଜୁଲାଇରେ ହିଁ ଗଲାଣି ୭୨ ଜୀବନ । ମାସ ସରିବାକୁ ଆହୁରି ୧୦ ଦିନ ବାକି ରହିଛି । ତେଣୁ ଏଭଳି ଯଦି ସଂକ୍ରମଣ ଏବଂ ମୃତ୍ୟୁ ହାର ଜାରି ରହେ, ତେବେ ସ୍ଥିତି ସଙ୍ଗୀନ ହୋଇପାରେ। ଏହି ମାସରେ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ସେହିପରି ଆଉ ୫୦ ଜଣଙ୍କ ମୃତ୍ୟୁକୁ ନେଇ ମଧ୍ୟ ଡା ପଣ୍ଡା ଶଙ୍କା ବ୍ୟକ୍ତ କରିଛନ୍ତି।

ତେବେ ଟେଷ୍ଟିଂ ଅଧିକ ସଂଖ୍ୟାରେ ହେଉଥିବାରୁ ରୋଗୀ ସଂଖ୍ୟା ବଢ଼ୁଛି । ହେଲେ  ଏଥିରେ ବିଚଳିତ ହେବାର କାରଣ ନାହିଁ । କାରଣ ସୁସ୍ଥ ହେବା ଲାଗି ଏବେ ଅନ୍ୟ ବିକଳ୍ପ ଭାବେ ପ୍ଲାଜମା ଥେରାପି ପ୍ରୟୋଗ ହେଉଥିବାରୁ ଏହା ଆଶ୍ୱସ୍ତିକର ବିଷୟ ବୋଲି କହିଛନ୍ତି ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା  ।

ସୂଚନାଯୋଗ୍ୟ, କୋଭିଡ୍ ପଞ୍ଝାକୁ ରାଜ୍ୟ ଆସିବା ପରେ ପ୍ରଥମ ମୃତ୍ୟୁ ହୋଇଥିଲା ଏପ୍ରିଲ୍ ୬ରେ । ଏହାପରେ ମେରେ ୬ଟି ମୁଣ୍ଡ ଗଡ଼ି ମାସ ଶେଷ ସୁଦ୍ଧା ୭ରେ ସୀମିତ ଥିଲା ସଂଖ୍ୟା । ଜୁନ୍‌ରେ ଆଉ ୧୮ ମୁଣ୍ଡ ଗଡ଼ି ମାସ ଶେଷ ବେଳକୁ ସଂଖ୍ୟା ୨୫କୁ ବଢ଼ିଲା । ଆଉ ଜୁଲାଇରେ ତ ଭୟାନକ ସ୍ଥିତି । ମାତ୍ର ୧୧ ଦିନରେ ମୃତ୍ୟୁହାର ଦୁଇଗୁଣା ହୋଇଛି। ଆଉ ୨୦ ତାରିଖ ସୁଦ୍ଧା ଏହି ସଂଖ୍ୟା ୭୨ ଛୁଇଁଲାଣି। ଜୁନ୍‌ ମାସରେ ୧୮ ଜୀବନ ନେବାକୁ ମହାମାରୀ ଯେଉଁଠି ମାସେ ସମୟ ନେଇଥିଲା ଡେଞ୍ଜର ଜୁଲାଇର ପ୍ରଥମ ୧୧ ଦିନରେ ହିଁ ୩୬ ଜଣଙ୍କ ଜୀବନ ନେଇ ଏବେ ଏହି ସଂଖ୍ୟା ଶତକମୁଖା ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story