ଭୁବନେଶ୍ୱରଓଡ଼ିଶା ରିପୋର୍ଟର):ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହୋଇଥିଲା। ଏମିତି କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ତେବେ ୧୭ଟି ଜିଲ୍ଲାରେ ଆଜିଠୁ ୩ ଦିନ ଯାଏଁ ହିଟ୍ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ଭଦ୍ରକ ।
ସେହିପରି ସାରା ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତାସହ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।
Crime
ପାଢ଼ୀ ଟ୍ୟୁଟୋରିଆଲ ମାଲିକଙ୍କ ଆତ୍ମହତ୍ୟା ଘଟଣା: ଆଉ ଥରେ ଏତଲା ଦେବାକୁ ହାଇକୋର୍ଟଙ୍କ ଅନୁମତି
ଏହି ମାମଲାର ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ ଯେ ପୁଲିସ୍ ଜବତ କରିଥିବା ସୁଇସାଇଡ୍ ନୋଟରେ ଜେ.ବି ପାଢ଼ୀଙ୍କ ସହ ଅର୍ଥ କାରବାର କରୁଥିବା ୩୦ ଜଣଙ୍କ ନାମ ରହିଛି। କିନ୍ତୁ ସେହି ସନ୍ଦିଗ୍ଧମାନଙ୍କ ବିରୋଧରେ ତଦନ୍ତ ଶେଷ ହୋଇନାହିଁ।
Crime
ଦାଦନ ସର୍ଦ୍ଦାରର ଦବଙ୍ଗଗିରି; ଶ୍ରମିକଙ୍କୁ କିଡ୍ନାପ କରି ନେଇ ନିର୍ଧୂମ ଛେଚିଲେ
ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।