‘ଅପରାଧର ତ୍ରିକୋଣଭୂମି ତିଆରି କରିଛି ଡଙ୍କାରୀ ପାହାଡ଼’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପରାଧର ତ୍ରିକୋଣଭୂମି ତିଆରି କରିଛି ଯାଜପୁର ଡଙ୍କାରୀ ପାହାଡ଼ା। ରାଜନେତା, ପ୍ରଶାସନ ଓ ପୁଲିସଙ୍କ ପାଖକୁ ଯାଉଛି ପାହାଡ଼ ଲୁଟ୍‌ର ସିଂହଭାଗ। ଲଘୁଖଣିଜ ସମ୍ପଦର ବେଆଇନ ଖନନ ସମ୍ପର୍କରେ ମୁଲତବି ଆଲୋଚନା ବେଳେ ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ। ଏମିତିକି ବେଆଇନ ଖଣି ମାମଲାରେ ୧୦ ଜଣ ଆର୍‌ଆଇ, ୬ ଉପଜିଲ୍ଲାପାଳ ଓ ୧୦ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୬ରେ ରାଜସ୍ୱ ବିଭାଗ ଏବଂ ସ୍ଥାନୀୟ ଜିଲ୍ଲାପାଳ […]

dankari-hill

Manoranjan Sial
  • Published: Wednesday, 20 November 2019
  • , Updated: 20 November 2019, 09:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପରାଧର ତ୍ରିକୋଣଭୂମି ତିଆରି କରିଛି ଯାଜପୁର ଡଙ୍କାରୀ ପାହାଡ଼ା। ରାଜନେତା, ପ୍ରଶାସନ ଓ ପୁଲିସଙ୍କ ପାଖକୁ ଯାଉଛି ପାହାଡ଼ ଲୁଟ୍‌ର ସିଂହଭାଗ। ଲଘୁଖଣିଜ ସମ୍ପଦର ବେଆଇନ ଖନନ ସମ୍ପର୍କରେ ମୁଲତବି ଆଲୋଚନା ବେଳେ ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ।

ଏମିତିକି ବେଆଇନ ଖଣି ମାମଲାରେ ୧୦ ଜଣ ଆର୍‌ଆଇ, ୬ ଉପଜିଲ୍ଲାପାଳ ଓ ୧୦ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୬ରେ ରାଜସ୍ୱ ବିଭାଗ ଏବଂ ସ୍ଥାନୀୟ ଜିଲ୍ଲାପାଳ ଚିଠି ଲେଖିବା ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ଡଙ୍କାରୀ ପାହାଡ଼ ଅପରାଧର ପୃଷ୍ଠଭୂମି ପାଲଟି ଥିବାବେଳେ ସ୍ମିତାରାଣୀ ମାମଲାକୁ ଯୋଡ଼ି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି-“ଡଙ୍କାରୀ ପାହାଡ଼ ସମସ୍ତଙ୍କୁ ସବୁଦିନ ପାଇଁ ମନେ ରହିବ। କାରଣ ସେଠାରେ ନିର୍ମାଣ ହୋଇଥିବା ଗେଷ୍ଟ ହାଉସ୍‌ରେ ଯେଉଁ ହତ୍ୟାକାଣ୍ଡ ଘଟିଛି, ତାହା ସମଗ୍ର ରାଜ୍ୟର ଆଲୋଚ୍ୟ ବିଷୟ ପାଲଟିଛି। ସେଥିରେ ସରକାରୀ ଦଳ ଓ କଳ ସମ୍ପୃକ୍ତ ଥିବାରୁ କୌଣସି ପଦକ୍ଷେପ ନିଆଯାଉନି।”

ତେବେ ବିରୋଧୀଙ୍କ ଅଭିଯୋଗ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ଡଙ୍କାରୀରେ ଆଉଟ୍‌ପୋଷ୍ଟ କରି ଏକ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରିବା ଲାଗି ପଦକ୍ଷେପ ନିଆଯାଉଛି।

Related story