ଦର୍ଲିପାଲି ଏନ୍‌ଟିପିସି ଜମି ଅଧିଗ୍ରହଣ ଦୁର୍ନୀତିର ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅନ୍ତର୍ଗତ ଦର୍ଲିପାଲି ଠାରେ ନିର୍ମାଣାଧୀନ ଏନଟିପିସି ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏହି ଦୁଇ ଜଣିଆ ତଦନ୍ତକାରୀ ଦଳ ସୁନ୍ଦରଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ରମେଶ ବେହେରାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ସୁନ୍ଦରଗଡ଼ ଜିଲ୍ଲାପାଳ, ଏସ୍‌ପି, ଉପ ଜିଲ୍ଲାପାଳ ଓ ଭୂ-ଅର୍ଜନ […]

vizilance

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 03:12 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅନ୍ତର୍ଗତ ଦର୍ଲିପାଲି ଠାରେ ନିର୍ମାଣାଧୀନ ଏନଟିପିସି ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏହି ଦୁଇ ଜଣିଆ ତଦନ୍ତକାରୀ ଦଳ ସୁନ୍ଦରଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ରମେଶ ବେହେରାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ସୁନ୍ଦରଗଡ଼ ଜିଲ୍ଲାପାଳ, ଏସ୍‌ପି, ଉପ ଜିଲ୍ଲାପାଳ ଓ ଭୂ-ଅର୍ଜନ ଅଧିକାରୀଙ୍କୁ ସାକ୍ଷାତ କରିବା ସହିତ ଜିଲ୍ଲା କାର୍ଯ୍ୟାଳୟରେ ଥିବା ସମସ୍ତ ରେକର୍ଡପତ୍ର ଯାଞ୍ଚ କରିବ। ଏହା ସହିତ ଲେଫ୍ରିପଡ଼ା ତହସିଲ କାର୍ଯ୍ୟାଳୟରେ ମଧ୍ୟ ରେକର୍ଡ ପତ୍ର ଯାଞ୍ଚ କରିବ।

ଏନଟିପିସି ପାୱାର ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ସମୟରେ ଜାଲ ପଟ୍ଟା ତିଆରି କରାଯାଇ କ୍ଷତି ପୂରଣ ଟଙ୍କ। ହଡ଼ପ କରାଯାଉଥିବା ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ସମସ୍ତ ଜାଲ ପଟ୍ଟା ଗୁଡ଼ିକୁ ଖାରଜ କରି ୭୬ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅଶୋକ ରାଉଡ଼ିଆ ଏବଂ ଅନ୍ୟ ତିନି ଜଣ ସେମାନଙ୍କ ପଟ୍ଟା ଜାଲ ନୁହେଁ ବୋଲି ଯୁକ୍ତି ବାଢ଼ିବା ସହିତ କ୍ଷତିପୂରଣ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କ୍ରାଇମବ୍ରାଞ୍ଚକୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related story