ଡିଏନ୍ଏ ଟେଷ୍ଟ୍ ଓ ଫରେନ୍‌ସିକ ଯାଞ୍ଚ ପାଇଁ ଏଫ୍‌ଏମ୍‌ଟିକୁ ଗଲା ବୁଧିଗୁଡ଼ା ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କ ମୃତଦେହ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ମାଙ୍ଗୁପଡ଼ା ଗାଁ ନିକଟରେ ଯୁବତୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଛି ପୋଲିସ।  ବୁଧିଗୁଡ଼ା ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ପରିଚୟ ମିଳିନଥିବାରୁ ଡିଏନ୍ଏ ଟେଷ୍ଟ୍ ଓ ଫରେନ୍‌ସିକ ଯାଞ୍ଚ ପାଇଁ ମୃତଦେହକୁ କଟକ ଏଫ୍‌ଏମ୍‌ଟିକୁ ପଠାଯାଇଛି। ଏଥିସହ ମୃତଦେହ ନିକଟରୁ ଜବତ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ କାର୍ଡ ଓ ଗ୍ରୀନ କାର୍ଡକୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇଛି। ଏଟିଏମ୍‌ କାର୍ଡରେ ଝାଡ଼ଖଣ୍ଡର ସୁନୀଲ କୁମାର ମହତୋଙ୍କ ନାଁ ଲେଖାଥିବାରୁ […]

murder

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 02:05 PM IST

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ମାଙ୍ଗୁପଡ଼ା ଗାଁ ନିକଟରେ ଯୁବତୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଛି ପୋଲିସ।  ବୁଧିଗୁଡ଼ା ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ପରିଚୟ ମିଳିନଥିବାରୁ ଡିଏନ୍ଏ ଟେଷ୍ଟ୍ ଓ ଫରେନ୍‌ସିକ ଯାଞ୍ଚ ପାଇଁ ମୃତଦେହକୁ କଟକ ଏଫ୍‌ଏମ୍‌ଟିକୁ ପଠାଯାଇଛି। ଏଥିସହ ମୃତଦେହ ନିକଟରୁ ଜବତ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ କାର୍ଡ ଓ ଗ୍ରୀନ କାର୍ଡକୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇଛି।

ଏଟିଏମ୍‌ କାର୍ଡରେ ଝାଡ଼ଖଣ୍ଡର ସୁନୀଲ କୁମାର ମହତୋଙ୍କ ନାଁ ଲେଖାଥିବାରୁ ଝାଡଖଣ୍ଡ ପୋଲିସ ସହ ମଧ୍ୟ ଡେଲାଙ୍ଗ ପୋଲିସ ଯୋଗାଯୋଗ କରିଛି।  ମୃତଦେହ ଠାରୁ ୩୦୦ ମିଟର ଦୂରରେ ମିଳିଥିବା ରକ୍ତଭିଜା ପୋଷାକ ଓ ଛୁରୀକୁ ମଧ୍ୟ ତଦନ୍ତ ପରିସରକୁ ନେଇଛି ପୋଲିସ ।

ସୂଚନାଯୋଗ୍ୟ,ଗତକାଲି ଡେଲାଙ୍ଗ ନିକଟ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Related story