ଏମିତି ଆମ ସମାଜ: ପୁଅ ଶବ ସତ୍କାର କରୁଥିଲା ବୋଲି ଦୁଇଦିନ ହେଲା ଉଠିପାରୁନି ମାଆର ଶବ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଏମିତି ଆମ ସମାଜ। ଯେଉଁଠି ପୁଣ୍ୟ କାମ କଲେ ମିଳେ ଅସମ୍ମାନ। ବଞ୍ଚିଥିବା ବେଳେ କରିଥିଲେ ଭେଦଭାବ। ମଲା ପରେ ବି ସାମାନ୍ୟତମ ମାନବିକତା ଦେଖାଇଲେ ନାହିଁ। ଏହା ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତ ନୂଆଗୁଡା ଗାଁର କଥା। ଗାଁରେ ଏକ ଘରେ ଦୁଇ ଦିନ ହେଲା ପଡ଼ିରହିଛି ଜଣେ ୭୫ ବର୍ଷ ବୟସ୍କାର ମହିଳାଙ୍କ ମୃତଦେହ। ହେଲେ ଶବ ସତ୍କାର ପାଇଁ ଆସୁନାହାନ୍ତି ପଡ଼ୋଶୀ। କାରଣ ମୃତା ମହିଳାଙ୍କ […]

villagers-not

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 11:26 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଏମିତି ଆମ ସମାଜ। ଯେଉଁଠି ପୁଣ୍ୟ କାମ କଲେ ମିଳେ ଅସମ୍ମାନ। ବଞ୍ଚିଥିବା ବେଳେ କରିଥିଲେ ଭେଦଭାବ। ମଲା ପରେ ବି ସାମାନ୍ୟତମ ମାନବିକତା ଦେଖାଇଲେ ନାହିଁ। ଏହା ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତ ନୂଆଗୁଡା ଗାଁର କଥା। ଗାଁରେ ଏକ ଘରେ ଦୁଇ ଦିନ ହେଲା ପଡ଼ିରହିଛି ଜଣେ ୭୫ ବର୍ଷ ବୟସ୍କାର ମହିଳାଙ୍କ ମୃତଦେହ। ହେଲେ ଶବ ସତ୍କାର ପାଇଁ ଆସୁନାହାନ୍ତି ପଡ଼ୋଶୀ। କାରଣ ମୃତା ମହିଳାଙ୍କ ପୁଅ ନାଳ ନର୍ଦ୍ଦମା ଓ ଶବସତ୍କାର କରୁଥିଲା। ଏହାହିଁ ହେଉଛି ଏହି ପରିବାରର ଭୁଲ।

ଘଟଣାଟି ଏମିତି। ନୂଆଗୁଡା ଗାଁର କମଳା ଚିତାଲ୍। ଗତକାଲି ୭୫ ବର୍ଷୀୟା ବିଧାବା ମହିଳା କମଳାଙ୍କ ମୃତ୍ୟୁ ହୋଇଥିଲା। କମଳାଙ୍କ ପୁଅ ନାଳନର୍ଦ୍ଦମା ଓ ପାଇଖାନା ସଫା କରୁଥିଲେ। ସେ ପୁଣ୍ୟ କାମ କରୁଥିଲେ ମଧ୍ୟ ଏହା ପଡ଼ୋଶୀ ସହିପାରି ନଥିଲେ। ଏଥିପାଇଁ ଏହି ପରିବାରକୁ ଗ୍ରାମବାସୀ ସାମାଜିକ ବାସନ୍ଦ କରିଥିଲେ। ଏହା ମଧ୍ୟରେ ନାଳନର୍ଦ୍ଦମା ସଫା କରୁଥିବା ପୁଅର ମୃତ୍ୟୁ ଘଟି ସାରିଛି। ହେଲେ ଏହି ପରିବାର ଉପରୁ ଏପର୍ଯ୍ୟନ୍ତ ଉଠିନି ବାସନ୍ଦର ବେଡ଼ି। ୨୭ ତାରିଖରେ କମଳାଙ୍କ ମୃତ୍ୟୁ ଘଟିଥିଲା। ନାତି ଶବ ସତ୍କାର ପାଇଁ ସାହିଭାଇଙ୍କୁ ଡାକିବା ସହିତ ଗୋଡ଼ ତଳେ ନିଜ ବାପାଙ୍କ କାମ ପାଇଁ ଭୁଲ ମାଗିଥିଲା। ହେଲେ ବିବେକହୀନ ପଡ଼ୋଶୀଙ୍କ ହୃଦୟ ତରଳିନଥିଲା। ୨୦୦୦ ଟଙ୍କା ଦେଲେ ଶବ ସଂସ୍କାର କରାଯିବ ବୋଲି ଗାଁ ଲୋକେ ଜିଦ୍‌ ଧରିଥିଲେ।

ଏ ସମ୍ପର୍କରେ ୱାର୍ଡମେମ୍ବର ଶୁଭ୍ରାଂଶୁ ପରିଚ୍ଛା ଜାଣିବା ପରେ ଗାଁ ଲୋକଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ଟଙ୍କା ନ ମିଳିଲେ ଶବ ସତ୍କାର ପାଇଁ ଯିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ମୃତ କମଳାଙ୍କ ପରିବାର ଲୋକେ ପଇସା ନଦେଲେ ସେ ନିଜେ ଦେବେ ବୋଲି ଶୁଭ୍ରାଂଶୁ ପ୍ରତିଶ୍ରୁତି ଦେବା ପରେ ଶବ ସତ୍କାର ହୋଇଛି।

https://youtu.be/OasC7gm7_vQ

Related story