ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ହରିଣର ମୃତଦେହ ଉଦ୍ଧାର

ପୁରୀ (ମଧୂସୁଦନ ମିଶ୍ର): ପୁରୀର ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଆଜି ଏକ ଚିତ୍ରା ହରିଣର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ହରିଣଟି ଗର୍ଭବତୀ ଥିଲା ବୋଲି ଜଣାପଡ଼ିଛି। ହରିଣର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ହରିଣଟି ଉପରେ କୌଣସି ଗାଡ଼ି ମାଡ଼ି ଯାଇଥିବା ଅନୁମାନ କରାଯାଉଛି। ଗାଡ଼ି ମାଡ଼ି ଯିବା ପରେ ତାକୁ କେହି ଷ୍ଟାଡିୟମ୍‌ ପରିସରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ହରିଣଟି ନିକଟସ୍ଥ ବାଲୁଖଣ୍ଡ ଅଭୟାରଣ୍ୟରୁ […]

deer

Jitendra Garnayak
  • Published: Wednesday, 09 January 2019
  • , Updated: 09 January 2019, 10:43 AM IST

ପୁରୀ (ମଧୂସୁଦନ ମିଶ୍ର): ପୁରୀର ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଆଜି ଏକ ଚିତ୍ରା ହରିଣର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।

ହରିଣଟି ଗର୍ଭବତୀ ଥିଲା ବୋଲି ଜଣାପଡ଼ିଛି। ହରିଣର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ହରିଣଟି ଉପରେ କୌଣସି ଗାଡ଼ି ମାଡ଼ି ଯାଇଥିବା ଅନୁମାନ କରାଯାଉଛି। ଗାଡ଼ି ମାଡ଼ି ଯିବା ପରେ ତାକୁ କେହି ଷ୍ଟାଡିୟମ୍‌ ପରିସରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।

ହରିଣଟି ନିକଟସ୍ଥ ବାଲୁଖଣ୍ଡ ଅଭୟାରଣ୍ୟରୁ ଚାଲିଆସିଥିବା କୁହାଯାଉଛି।

ମର୍ଣ୍ଣି ୱାକ୍ ବେଳେ ଜଣେ ବ୍ୟକ୍ତି ଷ୍ଟାଡିୟମ୍‌ ପରିସରରେ ମୃତ ହରିଣଟିକୁ ଠାବ କରିଥିଲେ।

ତେବେ ଏନେଇ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Related story