କୋରିଅର କଂପାନୀ ଯୁବକଙ୍କ ମୃତଦେହ କଣ୍ଟାବୁଦାରୁ ଉଦ୍ଧାର

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଜୟ ସୁନାନୀ। ସେ ଏକ କୋରିଅର କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ଘର ସହରର ଗୋଦାମପଡ଼ରେ। ଭବାନୀପାଟଣାର ହିଲ୍‌ଟାଉନ୍‌ର ୭ ନମ୍ବର ଲେନ୍‌ର ଏକ କଣ୍ଟାବୁଦାରୁ ଅଜୟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ଶରୀରେ ଏକାଧିକ କ୍ଷତ ଚିହ୍ନ ରହିଛି। ତାଙ୍କ ମୁହଁ ଓ ଛାତି କ୍ଷତାକ୍ତ ହୋଇଛି। ତାଙ୍କ ବାଇକ୍ ମଧ୍ୟ ସେହି ପାଖରେ […]

man

Jitendra Garnayak
  • Published: Friday, 11 January 2019
  • , Updated: 11 January 2019, 11:25 AM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଜୟ ସୁନାନୀ। ସେ ଏକ କୋରିଅର କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ଘର ସହରର ଗୋଦାମପଡ଼ରେ।

ଭବାନୀପାଟଣାର ହିଲ୍‌ଟାଉନ୍‌ର ୭ ନମ୍ବର ଲେନ୍‌ର ଏକ କଣ୍ଟାବୁଦାରୁ ଅଜୟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ଶରୀରେ ଏକାଧିକ କ୍ଷତ ଚିହ୍ନ ରହିଛି। ତାଙ୍କ ମୁହଁ ଓ ଛାତି କ୍ଷତାକ୍ତ ହୋଇଛି। ତାଙ୍କ ବାଇକ୍ ମଧ୍ୟ ସେହି ପାଖରେ ପଡ଼ିଛି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଥିଲା।

ଅଜୟଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Related story