ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଜରି ବସ୍ତା ଭିତରେ ଥିଲା ଦୁଇ ଗୋଡ଼

ଲମତାପୁଟ (ଜଗତଜୀବନ କୋଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଅନକାଡେଲି ମାର୍କେଟର ରାସ୍ତାପାର୍ଶ୍ୱରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଗତକାଲି ସେ ଅନକାଡେଲି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ହେଲେ ଆଜି ତାଙ୍କର ମୃତଦେହ ପଡ଼ିଛି। ତାଙ୍କ ଦୁଇ ଗୋଡ଼ ଜରି ବସ୍ତା ଭିତରେ ଥିଲା। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହା ଜଣାପଡ଼ି ନାହିଁ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମାଛକୁଣ୍ଡ ଥାନା […]

death

Jitendra Garnayak
  • Published: Saturday, 12 January 2019
  • , Updated: 12 January 2019, 12:24 PM IST

ଲମତାପୁଟ (ଜଗତଜୀବନ କୋଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଅନକାଡେଲି ମାର୍କେଟର ରାସ୍ତାପାର୍ଶ୍ୱରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରି ନାହିଁ।

ଗତକାଲି ସେ ଅନକାଡେଲି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ହେଲେ ଆଜି ତାଙ୍କର ମୃତଦେହ ପଡ଼ିଛି। ତାଙ୍କ ଦୁଇ ଗୋଡ଼ ଜରି ବସ୍ତା ଭିତରେ ଥିଲା।

କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହା ଜଣାପଡ଼ି ନାହିଁ।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମାଛକୁଣ୍ଡ ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।

Related story