ଗାଁକୁ ଫେରିଲା ଏନ୍‌ଟିପିସି ବିସ୍ଫୋରଣରେ ମୃତ ଦୁଇ ଓଡ଼ିଆଙ୍କ ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ରାଏବରେଲି ଜିଲ୍ଲା ଉଞ୍ଚାହାରସ୍ଥିତ ଏନ୍ଟିପିସି ପ୍ଲାଣ୍ଟ ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ଗତ ୧ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା କଳାହାଣ୍ଡି  ଜିଲ୍ଲା ଗୋଲାମୁଣ୍ଡ ବ୍ଲକ ଫରଗ ଗାଁର ଘନ ଭୋଇ ଏବଂ ଶେଷଦେବ ସାହୁଙ୍କ ମୃତଦେହ ଆଜି ଗାଁକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କାମଧନ୍ଦା ଆଶାରେ ଘନ ଗତ ୨୫ ତାରିଖରେ ଘରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଇଥିଲେ। ସେ ୧ ତାରିଖରେ ଉଞ୍ଚାହାର ଏନଟିପିସି ପାଇଁ କାମ କରୁଥିବା ସିମେନ୍ସ କମ୍ପାନୀରେ ଶ୍ରମିକ ଭାବେ ଯୋଗ ଦେଇଥିଲେ। ଆଉ ପ୍ରଥମ ଦିନ ହିଁ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଠିକା ଶ୍ରମିକ ଭାବେ କାମ କରୁଥିବା ଶେଷଦେବ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଥିଲେ।

ସରକାରୀ ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି।

Ordigital Desk
• Published: Wednesday, 08 November 2017
• Updated: 08 November 2017, 06:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ରାଏବରେଲି ଜିଲ୍ଲା ଉଞ୍ଚାହାରସ୍ଥିତ ଏନ୍ଟିପିସି ପ୍ଲାଣ୍ଟ ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ଗତ ୧ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା କଳାହାଣ୍ଡି  ଜିଲ୍ଲା ଗୋଲାମୁଣ୍ଡ ବ୍ଲକ ଫରଗ ଗାଁର ଘନ ଭୋଇ ଏବଂ ଶେଷଦେବ ସାହୁଙ୍କ ମୃତଦେହ ଆଜି ଗାଁକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କାମଧନ୍ଦା ଆଶାରେ ଘନ ଗତ ୨୫ ତାରିଖରେ ଘରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଇଥିଲେ। ସେ ୧ ତାରିଖରେ ଉଞ୍ଚାହାର ଏନଟିପିସି ପାଇଁ କାମ କରୁଥିବା ସିମେନ୍ସ କମ୍ପାନୀରେ ଶ୍ରମିକ ଭାବେ ଯୋଗ ଦେଇଥିଲେ। ଆଉ ପ୍ରଥମ ଦିନ ହିଁ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଠିକା ଶ୍ରମିକ ଭାବେ କାମ କରୁଥିବା ଶେଷଦେବ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଥିଲେ।

ସରକାରୀ ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos