ନିଖୋଜ ହେବାର ୩ ଦିନ ପରେ ମିଳିଲା ମୃତଦେହ

ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର): ଶାଳିଆ ନଦୀକୁ ଗାଧୋଇବାକୁ ଯାଇ ଗତ ୩ ଦିନ ହେଲା ନିଖୋଜ ଥିବା  ଚରଣ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଚରଣ ବେହେରାଙ୍କ ଘର ବାଣପୁର ଥାନା ମାଣିକପୁର ଗାଁରେ । ସୂଚନାଯୋଗ୍ୟ,  ଗତ ୨୦ ତାରିଖ ସକାଳେ ଚରଣ  ଶାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଏହାପରେ ପରିବାର ଲୋକ ତାଙ୍କ ପତ୍ତା ପାଇ ନ ଥିଲେ।  ବାଣପୁର ଓ ବାଲୁଗାଁ ଦମକଳ ବାହିନୀ ବହୁ ଖୋଜାଖୋଜି କରିବା ପରେ […]

rescue operation

rescue operation

Niharika Rout
  • Published: Wednesday, 22 September 2021
  • Updated: 22 September 2021, 12:00 PM IST

ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର): ଶାଳିଆ ନଦୀକୁ ଗାଧୋଇବାକୁ ଯାଇ ଗତ ୩ ଦିନ ହେଲା ନିଖୋଜ ଥିବା  ଚରଣ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଚରଣ ବେହେରାଙ୍କ ଘର ବାଣପୁର ଥାନା ମାଣିକପୁର ଗାଁରେ ।

ସୂଚନାଯୋଗ୍ୟ,  ଗତ ୨୦ ତାରିଖ ସକାଳେ ଚରଣ  ଶାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଏହାପରେ ପରିବାର ଲୋକ ତାଙ୍କ ପତ୍ତା ପାଇ ନ ଥିଲେ।  ବାଣପୁର ଓ ବାଲୁଗାଁ ଦମକଳ ବାହିନୀ ବହୁ ଖୋଜାଖୋଜି କରିବା ପରେ ବି ଚରଣଙ୍କ ପତ୍ତା ପାଇପାରି ନ ଥିଲେ।

ଆଜି ସକାଳୁ ପୁଣି ଥରେ ଦମକଳ ବାହିନୀ ଖୋଜିଖୋଜି ଆରମ୍ଭ କରିଥିବା ବେଳେ ସ୍ଥାନୀୟ ବରସାହୀ ନିକଟରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos