ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ମହୁଲପଡ଼ା ଥାନାର ତସଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଉକ୍ତ ଗ୍ରାମର ବେଣୁ ଦେହୁରୀ ବୋଲି ଜଣାପଡ଼ିଛି। ଗ୍ରାମବାସୀ ମୃତଦେହ ଦେଖି ବେଣୁଙ୍କ ଘରକୁ ସୂଚନା ଦେବା ପରେ ସେମାନେ ପୁଲିସ୍କୁ ଅବଗତ କରାଇଥିଲେ।
ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ବେଣୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପରିବାରଲୋକଙ୍କ କହିବାନୁଯାୟୀ, ଗୁରୁବାର ଉକ୍ତ ଅଞ୍ଚଳରେ ଏକ ଆଦିବାସୀ ଯାତ୍ରା ହେଉଥିଲା। ବେଣୁ ଉକ୍ତ ଯାତ୍ରା ଦେଖିବାକୁ ଯାଇ ଫେରି ନ ଥିଲେ। ଘର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ବେଣୁଙ୍କ ସନ୍ଧାନ ପାଇନଥିଲେ। ଏବେ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖି ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ମହୁଲପଡ଼ା ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Events & Festivals
ଆଜି ପଇତାଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।
Politics
କାଲିଠୁ ବିଧାନସଭା, ଆଜି ବସିବ ସର୍ବଦଳୀୟ ବୈଠକ
ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିବେ।