କଟକ(ଓଡ଼ିଶା ରିପୋର୍ଟର): ନିଜ ପତ୍ନୀ ଓ ପୁଅ ସମ୍ମୁଖରେ କାଠଯୋଡ଼ି ପୋଲରୁ ଡେଇଁ ଗତ ୯ ତାରିଖରୁ ନିଖୋଜ ଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ମୃତଦେହ ମିଳିଛି। ଏହା ଦେବବ୍ରତଙ୍କ ମୃତଦେହ ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ସ୍ପଷ୍ଟ କରିଛନ୍ତି।
ନିଆଳି କରଞ୍ଜ ଗାଁର ଦେବବ୍ରତ ଗତ ୯ ତାରିଖରେ ନିଜ ପତ୍ନୀ, ପୁଅ ସହ ବାଇକ୍ରେ ଯାଉଥିଲେ। ହଠାତ୍ ସେ ନିଜ ବାଇକ୍କୁ କାଠଯୋଡ଼ି ପୋଲ ଉପରେ ରଖି ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଉଛୁଳା ନଈକୁ ଡେଇଁ ପଡ଼ିଥିଲେ। ନିଜ ଆଖି ସାମ୍ନାରେ ଏପରି ଘଟଣା ଦେଖି ହତବାକ୍ ହୋଇ ଯାଇଥିବା ପତ୍ନୀ ମଧ୍ୟ ନିଜ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ।
ଖବର ପାଇ ସଦର ଥାନା ପୁଲିସ୍, ଓଡ୍ରାଫ୍ ଟିମ୍, ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ ବି ତାଙ୍କ ପତ୍ତା ପାଇପାରି ନ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Miscellaneous
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।