‘ସଂସଦରେ ବିଜେପି-ବିଜେଡି ମଧ୍ୟରେ ହୋଇଛି ଅବୈଧ ସନ୍ଧି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଉତଥାପନ ନକରିବା ଓ ଏଭଳି ଆଲୋଚନାରେ ସାମିଲ ନହେବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଅବୈଧ ଚୁକ୍ତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବରୁ ଉଭୟଙ୍କ ମଧ୍ୟରେ ରାଜନୀତିକ କାରଣ ପାଇଁ ଅବୈଧ ସନ୍ଧି ଥିବା ସମସ୍ତେ ଜାଣନ୍ତି। ମାତ୍ର ଏବେ ରାଜ୍ୟର ସ୍ୱାର୍ଥ […]

congress-23199999

congress-23199999

Manoranjan Sial
  • Published: Monday, 09 December 2019
  • Updated: 09 December 2019, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଉତଥାପନ ନକରିବା ଓ ଏଭଳି ଆଲୋଚନାରେ ସାମିଲ ନହେବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଅବୈଧ ଚୁକ୍ତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବରୁ ଉଭୟଙ୍କ ମଧ୍ୟରେ ରାଜନୀତିକ କାରଣ ପାଇଁ ଅବୈଧ ସନ୍ଧି ଥିବା ସମସ୍ତେ ଜାଣନ୍ତି। ମାତ୍ର ଏବେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ସଂସଦରେ ନଉଠାଇବା ପାଇଁ ଅବୈଧ ସନ୍ଧି ହୋଇଛି। ଏ ସମ୍ପର୍କରେ ଅଧିକ ତଥ୍ୟ ଉପସ୍ଥାପନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଗତ ନଭେମ୍ବର ମାସ ୨୬ ତାରିଖରେ ଦେଶର ଅର୍ଥନୈତିକ ଦୂରାବସ୍ଥା ସଂପର୍କରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ସାଂସଦମାନଙ୍କ ସହିତ ବିଜେଡିର ୩ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ୍ ଭାସ୍କର ରାଓ ଆଲୋଚନା ପାଇଁ ନୋଟିସ୍ ଦେଇଥିଲେ। ଏହି ନୋଟିସକୁ ଆଧାର କରି ରାଜ୍ୟସଭା ପକ୍ଷରୁ ୨୭ ତାରିଖ ଆଲୋଚନା ପାଇଁ ଗୃହର ରିଭାଇଜଡ୍ ଲିଷ୍ଟ୍ ଅଫ୍ ବିଜନେସରେ ଉପରୋକ୍ତ ୩ଜଣ ବିଜେଡି ସାଂସଦଙ୍କ ନାମ ପ୍ରକାଶିତ ମଧ୍ୟ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏହି ତିନିଜଣ ସାଂସଦ ଉକ୍ତ ଆଲୋଚନାରେ ଭାଗ ନେଲେ ନାହିଁ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୭ ତାରିଖ ରାଜ୍ୟସଭାର ୨୫୭ ପୃଷ୍ଠା ବିଶିଷ୍ଟ ପ୍ରୋସିଡିଙ୍ଗରେ ତାହା ପ୍ରମାଣିତ କରୁଛି।

ଏହାର ଠିକ୍ ଦିନକ ପରେ ଅର୍ଥାତ୍ ନଭେମ୍ବର ୨୯ରେ ଓଡ଼ିଶାର ଅତ୍ୟନ୍ତ ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ସ୍ମିତାରାଣୀ ଗଣଦୁଷ୍କର୍ମ ପ୍ରସଙ୍ଗକୁ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରିଥିବା ସମୟରେ ବିଜେଡିର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ ଏବଂ ବିଜେପି ସାଂସଦମାନେ ଏଥିରେ ନିରବଦ୍ରଷ୍ଟା ସାଜି ପରୋକ୍ଷରେ ପ୍ରସଙ୍ଗ ନଉଠାଇବା ପାଇଁ ନିରବ ସମର୍ଥନ କରିଥିଲେ। ଖାଲି ସେତିକି ନୁହେଁ ସଦ୍ୟ ସମାପ୍ତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପରିଚାଳନା ସଭ୍ୟ ପଦ ନିର୍ବାଚନରେ ବିଜେପିର ରାଜ୍ୟସଭାରେ ୮୧ ସାଂସଦ ଥିବା ସ୍ଥଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ନିର୍ବାଚିତ ହେଲେ ଓ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ନିଜର ପ୍ରାର୍ଥୀତ୍ୱରୁ ଓହରିଗଲେ। ଏହି ଦୁଇଟି ଘଟଣା ଓ ଏମ୍ସ ପରିଚାଳନା ସଭ୍ୟ ଚୟନ ଘଟଣାରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଆଲୋଚନା ନକରିବା ପାଇଁ ବିଜେପି-ବିଜେଡି ଏକ ଅବୈଧ ସନ୍ଧି କରିଛନ୍ତି, ଯାହା ରାଜ୍ୟ ସ୍ୱାର୍ଥର ସମ୍ପୂର୍ଣ୍ଣର୍ ଭାବେ ପରିପନ୍ଥୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story