ମୋବାଇଲ୍‌ରେ ବ୍ୟସ୍ତ ଥିଲେ ଡାକ୍ତର! ଚାଲିଗଲା ଶିଶୁର ଜୀବନ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଏକ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶିଶୁର ନାଁ ଜ୍ୟାକ୍ଲିନ କୋବ୍ରା। ଗତ ସୋମବାର ଶିଶୁଟି ଅସୁସ୍ଥ ହୋଇପଡ଼ିବାରୁ ତାକୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଶିଶୁର ଚିକିତ୍ସା ବଦଳରେ ତାଙ୍କ ପରିବାରକୁ ଦୁର୍ବ୍ୟବହାର କରି ମୋବାଇଲ୍ ଫୋନ୍‌ରେ ବ୍ୟସ୍ତ ରହିଥିବା ଅଭିଯୋଗ ହୋଇଛି। ଶିଶୁଟିର ସମ୍ପର୍କୀୟମାନେ ବହୁ […]

child

child

Jyoshna Pradhan
  • Published: Thursday, 06 June 2019
  • Updated: 06 June 2019, 01:14 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଏକ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶିଶୁର ନାଁ ଜ୍ୟାକ୍ଲିନ କୋବ୍ରା।

ଗତ ସୋମବାର ଶିଶୁଟି ଅସୁସ୍ଥ ହୋଇପଡ଼ିବାରୁ ତାକୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଶିଶୁର ଚିକିତ୍ସା ବଦଳରେ ତାଙ୍କ ପରିବାରକୁ ଦୁର୍ବ୍ୟବହାର କରି ମୋବାଇଲ୍ ଫୋନ୍‌ରେ ବ୍ୟସ୍ତ ରହିଥିବା ଅଭିଯୋଗ ହୋଇଛି। ଶିଶୁଟିର ସମ୍ପର୍କୀୟମାନେ ବହୁ କାକୁତି ମିନତୀ ହେଲାପରେ ଡାକ୍ତର ଚିକିତ୍ସା କରିଥିଲେ। ଏହାସହ ଶିଶୁର ରକ୍ତ ପରୀକ୍ଷା କରିବା ପାଇଁ କହିଥିଲେ।। ହେଲେ ରକ୍ତ ପରୀକ୍ଷା ରିପୋର୍ଟ ମଧ୍ୟ ଠିକ୍‌ ସମୟରେ ଆସିଲା ନାହିଁ।  ଗତକାଲି ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହାପରେ ବିଳମ୍ବିତ ରାତିରେ ତା’ର ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳାରୁ ଶିଶୁଟିର ମୃତ୍ୟୁ ଘଟିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos