ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବାତ୍ୟା ‘ଫୋନି’ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୧ ହୋଇଛି। ଭୁବନେଶ୍ୱର ଓ ପୁରୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି। ତେବେ କଟକରେ ୮୦%, ଖୋର୍ଦ୍ଧାରେ ୭୦% ଓ ଜଟଣୀରେ ୫୦% ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ।
ଆଜି କଟକରେ ଶତ ପ୍ରତିଶତ ଜଳ ଯୋଗାଣ ବ୍ୟବସ୍ଥା ହୋଇଯିବ। ସେପଟେ ଭୁବନେଶ୍ୱରରେ ୧୦ ତାରିଖ ସୁଦ୍ଧା ୮୦% ଏବଂ ୧୨ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ବିଦ୍ୟୁତ ସେବା ମିଳିବ। ପୁରୀରେ ବିଦ୍ୟୁତ ସେବା ବେଶି କ୍ଷତିଗ୍ରସ୍ତ ହୋଇଛି। ପୁରୀରେ ଆସନ୍ତା ୧୨ ତାରିଖରେ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।
Miscellaneous
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ ।
Politics
‘ଓଡ଼ିଶାକୁ ଲୁଟ୍ ପାଇଁ ପାଣ୍ଡିଆନ୍ଙ୍କୁ ଠିକା ଦେଇଥିଲେ ନବୀନ’
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ।
Miscellaneous
୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଅଯୋଧ୍ୟାକୁ ଗଡ଼ିବ ବସ୍
OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ।