ଦେବଗଡ: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଦେବଗଡ: ଦେବଗଡ ଥାନା ସୁଗୁଡା ଗାଁରେ ବିଜୁଳି ତାର ଲାଗି ବିନୋଦ ସାହୁ (୩୫) ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ବିଲରୁ କାମ ସାରି ଫେରୁଥିବା ବେଳେ ବିଲ ମଧ୍ୟଦେଇ ଯାଇଥିବା ୧୧ କେଭି ତାରରେ ଲାଗି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଗାଁର ଶତାଧିକ ଲୋକେ ଦେବଗଡ ସହରର ଜେଲ ଛକଠାରେ ଜାତୀୟ ରାଜପଥ […]

DEBAGARD

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 12:35 PM IST

ଦେବଗଡ: ଦେବଗଡ ଥାନା ସୁଗୁଡା ଗାଁରେ ବିଜୁଳି ତାର ଲାଗି ବିନୋଦ ସାହୁ (୩୫) ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ବିଲରୁ କାମ ସାରି ଫେରୁଥିବା ବେଳେ ବିଲ ମଧ୍ୟଦେଇ ଯାଇଥିବା ୧୧ କେଭି ତାରରେ ଲାଗି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଗାଁର ଶତାଧିକ ଲୋକେ ଦେବଗଡ ସହରର ଜେଲ ଛକଠାରେ ଜାତୀୟ ରାଜପଥ ୪୯କୁ ଅବରୋଧ କରିଥିଲେ।

ଗାଁରେ ବିଜୁଳି ତାରରେ ଲାଗି ଗତ ମାସ ୧୧ ତାରିଖରେ ଗୋଟିଏ ବଳଦ ମରିଥିବା ବେଳେ ପୁନଶ୍ଚ ଏ ପ୍ରକାର  ଅଘଟଣରେ ଗାଁଲୋକେ ବିଦ୍ୟୁତ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି। ବିଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ତାର ତଳକୁ ଓହଳି ପଡିଥିବା କାରଣରୁ ଏ ପରି ଘଟଣା ଘଟିଥିବା ବେଳେ ତାରକୁ ଉଠାଇବାକୁ ଗ୍ରାମବାସୀଙ୍କ ଦାବିକୁ ବିଭାଗ ଅଣଦେଖା କରୁଥିବାର ଅଭିଯୋଗ ହୋଇଛି।

Related story