ଦେବଗଡ: ମାଓବାଦୀ, ସୁରକ୍ଷାକର୍ମୀ ଗୁଳି ବିନିମୟ

ଦେବଗଡ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଉତ୍ତଳ ଅଞ୍ଚଳରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁରୁବାର ଗୁଳି ବିନିମୟ ହୋଇଛି । ଏଥିରେ କେହି ମୃତାହତ ହୋଇଥିର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ଜଣାପଡିଛି । ଜିଲ୍ଲା ପୋଲିସ, ଡିଭିଏଫ ଓ ସିଆରପିଏଫ ଯବାନମାନେ ଏଥିରେ ସାମିଲ ହୋଇଛନ୍ତି । ଗୁରୁବାର ସକାଳେ ସରକ୍ଷା କର୍ମୀମାନେ କମ୍ବିଂ […]

mao

mao

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 12:25 PM IST

Sports

Latest News

Maoismଦେବଗଡ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଉତ୍ତଳ ଅଞ୍ଚଳରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁରୁବାର ଗୁଳି ବିନିମୟ ହୋଇଛି । ଏଥିରେ କେହି ମୃତାହତ ହୋଇଥିର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ଜଣାପଡିଛି । ଜିଲ୍ଲା ପୋଲିସ, ଡିଭିଏଫ ଓ ସିଆରପିଏଫ ଯବାନମାନେ ଏଥିରେ ସାମିଲ ହୋଇଛନ୍ତି । ଗୁରୁବାର ସକାଳେ ସରକ୍ଷା କର୍ମୀମାନେ କମ୍ବିଂ ଅପରେସନ ଚାଲିଇଥିବା ବେଳେ ଉତ୍ତଳ ଅଞ୍ଚଳରେ ମାଓବାଦୀମାନଙ୍କ ସହ ମୁହାଁମୁହିଁ ହୋଇଥିଲା । ସବିଶେଷ ରିପୋର୍ଟ ଅନୁସାରେ ଏଥିରେ ପୋଲିସକୁ ସଫଳତା ମିଳିଥିବା ବିଭାଗୀୟ ସୁତ୍ରରୁ କୁହାଯାଇଛି । ଗୁଳି ବିନିମୟ ସମୟରେ ସୁରକ୍ଷା କର୍ମୀମାନେ ମାଓ ଶିବିର ଧ୍ୱଂସ କରିବା ସହ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି । ଘଟଣା ସମ୍ପର୍କରେ ଦେବଗଡ ଏସପି ସାରା ଶର୍ମା ଗଳି ବିନିମୟ ଘଟଣାକୁ ସ୍ୱିକାର କରିଛନ୍ତି । ଅପରେସନ ଚାଲିଥିବାରୁ କିଛି ପ୍ରକାଶ କଲେ ଏହା ଅପରେସନକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ । ଏ ନେଇ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀ ଡକାଯାଇ ସବୁ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos