ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରସଙ୍ଗ: ଡିସେମ୍ବରରୁ ବଲାଙ୍ଗିର ପଟରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ
ଭୁବନେଶ୍ୱର: ଆସନ୍ତା ଡିସେମ୍ୱରରୁ ବଲଙ୍ଗିରରୁ ପଟୁ ଆରମ୍ଭ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଏହି କାମ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିବେ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନେଇ ଆଜି ଅନୁଷ୍ଠିତ ପ୍ରଥମ ଆପେକ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମି ଅଧିଗ୍ରହଣ ସରିଥିବା ୧୯ କିଲୋମିଟର ଜମିରେ ରେଳପଥ ନିର୍ମାଣ କାମ ଆରମ୍ଭ କରାଯିବ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୧ ସୁଦ୍ଧା ସାରିବାକୁ […]
ଭୁବନେଶ୍ୱର: ଆସନ୍ତା ଡିସେମ୍ୱରରୁ ବଲଙ୍ଗିରରୁ ପଟୁ ଆରମ୍ଭ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଏହି କାମ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିବେ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନେଇ ଆଜି ଅନୁଷ୍ଠିତ ପ୍ରଥମ ଆପେକ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମି ଅଧିଗ୍ରହଣ ସରିଥିବା ୧୯ କିଲୋମିଟର ଜମିରେ ରେଳପଥ ନିର୍ମାଣ କାମ ଆରମ୍ଭ କରାଯିବ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ମାଝୀ ଏବଂ ଇଷ୍ଟକୋଷ୍ଟ ରେଳବାଇ ଜିଏମ୍ ରାଜୀବ ବିଷ୍ଣୋଇ।