ଆମ୍ବୁଲାନ୍ସ ନଆସିବାରୁ ରାସ୍ତାକଡ଼ରେ ପ୍ରସବ: ସାଇକେଲ୍‌ରେ ଯାଉଥିଲେ ପ୍ରସୂତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଧୋକ୍କା ଦେଲା ଆମ୍ବୁଲାନ୍ସ। ସଠିକ୍ ସମୟରେ ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାକଡ଼ରେ ପ୍ରସବ କରିଛନ୍ତି ଜଣେ ପ୍ରସୂତି। ଅଭିଯୋଗ ଆସିଛି ବାରିପଦା ସହର ଉପକଣ୍ଠ କ୍ଷେତ୍ରପାଟଣା ଅଞ୍ଚଳରୁ। ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ସୁଳିଆପଦା ନୂଆଗାଁରୁ ପତ୍ନୀଙ୍କୁ ସାଇକେଲରେ ଧରି ଆସୁଥିଲେ ତାଙ୍କ ସ୍ୱାମୀ। ଏହାଦେଖି କିଛି ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କଲେ କିନ୍ତୁ ନଆସିବାରୁ ୧୦୨କୁ ଫୋନ କଲେ। ତଥାପି କୌଣସି ଆମ୍ବୁଲାନସ ପହଞ୍ଚି ପାରିନଥିଲା। ଶେଷରେ ରାସ୍ତାକଡ଼ରେ ଏକ […]

road delivary

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 11:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଧୋକ୍କା ଦେଲା ଆମ୍ବୁଲାନ୍ସ। ସଠିକ୍ ସମୟରେ ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାକଡ଼ରେ ପ୍ରସବ କରିଛନ୍ତି ଜଣେ ପ୍ରସୂତି। ଅଭିଯୋଗ ଆସିଛି ବାରିପଦା ସହର ଉପକଣ୍ଠ କ୍ଷେତ୍ରପାଟଣା ଅଞ୍ଚଳରୁ। ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ସୁଳିଆପଦା ନୂଆଗାଁରୁ ପତ୍ନୀଙ୍କୁ ସାଇକେଲରେ ଧରି ଆସୁଥିଲେ ତାଙ୍କ ସ୍ୱାମୀ। ଏହାଦେଖି କିଛି ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କଲେ କିନ୍ତୁ ନଆସିବାରୁ ୧୦୨କୁ ଫୋନ କଲେ। ତଥାପି କୌଣସି ଆମ୍ବୁଲାନସ ପହଞ୍ଚି ପାରିନଥିଲା। ଶେଷରେ ରାସ୍ତାକଡ଼ରେ ଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ ପ୍ରସୂତି ଜଣକ। ତେବେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନି।

Related story