ଫେରିଲା ଚିକୁନ, ବାନ୍ଧବୀ ସହ ଦିଲ୍ଲୀରେ କରିଥା’ନ୍ତା ନୂଆ ସଂସାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୮ ମାସ ତଳେ ଗଢ଼ିଥିଲେ ସଂସାର। ଦୀର୍ଘ ଦିନର ପ୍ରେମିକାକୁ ପତ୍ନୀ କରି ଘରକୁ ଆଣିଥିଲେ। ହେଲେ ପତ୍ନୀ ଥାଉ ଥାଉ ପୁରୁଣା ବାନ୍ଧବୀଙ୍କ ଆଡ଼କୁ ଢଳିଲା ମନ। ଶେଷରେ ବାନ୍ଧବୀଙ୍କ ସହ ଦିଲ୍ଲୀ ଯାଇ ନୂଆ ସଂସାର ଗଢ଼ିବାକୁ କରିଥିଲେ ଯୋଜନା। ହେଲେ ସବୁ ଫସର ଫାଟିଗଲା। ଗତ ଶନିବାର ରାତିରୁ ଆରମ୍ଭ ହୋଇଥିବା ଚିକୁନ ଅପହରଣ ମାମଲାର ହାଇଡ୍ରାମାରେ ପଡ଼ିଛି ଯବନିକା । ନିଜ ଅପହରଣ ନାଟକରେ ନିଜେ ନାୟକ ସାଜିଥିବା […]

chickun return

chickun return

Niharika Rout
  • Published: Thursday, 16 September 2021
  • Updated: 16 September 2021, 11:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୮ ମାସ ତଳେ ଗଢ଼ିଥିଲେ ସଂସାର। ଦୀର୍ଘ ଦିନର ପ୍ରେମିକାକୁ ପତ୍ନୀ କରି ଘରକୁ ଆଣିଥିଲେ। ହେଲେ ପତ୍ନୀ ଥାଉ ଥାଉ ପୁରୁଣା ବାନ୍ଧବୀଙ୍କ ଆଡ଼କୁ ଢଳିଲା ମନ। ଶେଷରେ ବାନ୍ଧବୀଙ୍କ ସହ ଦିଲ୍ଲୀ ଯାଇ ନୂଆ ସଂସାର ଗଢ଼ିବାକୁ କରିଥିଲେ ଯୋଜନା। ହେଲେ ସବୁ ଫସର ଫାଟିଗଲା। ଗତ ଶନିବାର ରାତିରୁ ଆରମ୍ଭ ହୋଇଥିବା ଚିକୁନ ଅପହରଣ ମାମଲାର ହାଇଡ୍ରାମାରେ ପଡ଼ିଛି ଯବନିକା ।

ନିଜ ଅପହରଣ ନାଟକରେ ନିଜେ ନାୟକ ସାଜିଥିବା ଚିକୁନି ଶେଷରେ ଭୁବନେଶ୍ୱର ଫେରିଛନ୍ତି। ସାଥୀରେ ଫେରିଛନ୍ତି ତାଙ୍କ ବାନ୍ଧବୀ।  ମଧ୍ୟପ୍ରଦେଶର କଟନି ଷ୍ଟେଶନରେ ବାନ୍ଧବୀଙ୍କ ସହ ଧରା ପଡ଼ିଥିବା ଚିକୁନକୁ ଧରି ଭୁବନେଶ୍ୱରରେ ପହଞ୍ଚିଛି ପୁଲିସ୍‌ ଟିମ୍‌। ଉଭୟଙ୍କୁ ଆଜି ସକାଳେ ଧଉଳି ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ୍‌।

ସୂଚନା ଅନୁଯାୟୀ,  ଗତ ଶନିବାର ଚିକୁନ ନିଜ ପ୍ଲାନ୍‌ ଅନୁଯାୟୀ ଆରମ୍ଭ କରିଥିଲା କାମ।  କେହି ଦୁର୍ବୃତ୍ତ ଛୁରା ମାଡ଼ କରି ଡାଲା ଅଟୋରେ ନେଇ ଯାଉଥିବା କହି ପତ୍ନୀଙ୍କ ନିକଟକୁ ଭଏସ୍‌ ମେସେଜ ଛାଡ଼ିଥିଲା ଚିକୁନ । ଏହାପରେ ପତ୍ନୀ ପାଗଳି ପ୍ରାୟ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପୁଲିସ୍‌ ନିକଟରେ ଆକୁଳ ନିବେଦନ କରିଥିଲେ। ତେବେ ସେତେବେଳକୁ ଗର୍ଲ ଫ୍ରେଣ୍ଡ ସହ ଓଡ଼ିଶା ଛାଡ଼ି ସାରିଥିଲା ଚିକୁନ।

ଶନିବାର ଚିକୁନ ଫେରାର ହୋଇଯାଇଥିବା ବେଳେ ଏହାର ଦିନକ ପରେ ଅର୍ଥାତ୍ ରବିବାର ତାଙ୍କ ବାନ୍ଧବୀ (ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀ) ନିଖୋଜ ହୋଇଯାଇଥିଲେ। ଯୁବତୀଙ୍କ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଝିଅ ନିଖୋଜ ହେବା ପଛରେ ଚିକୁନଙ୍କର ହାତ ଥିବା ସେମାନେ ସନ୍ଦେହ କରିଥିଲେ।

ଏହାପରେ ଖୋଳତାଡ଼ରୁ ପୁଲିସ୍‌ ପାଇଲା ସାଂଘାତିକ ତଥ୍ୟ। ଚିକୁନଙ୍କ ପତ୍ନୀ ଓ ବାନ୍ଧବୀ ଉଭୟ ପରସ୍ପରକୁ ପୂର୍ବରୁ ଭଲ ଭାବେ ଜାଣିଥିବା ବେଳେ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଚିକୁନ ଗତ ୭ ବର୍ଷ ହେଲା ସମ୍ପୃକ୍ତା ଯୁବତୀଙ୍କୁ ଭଲ ପାଉଥିବା ବେଳେ ଏନେଇ ତାଙ୍କ ପତ୍ନୀ ମଧ୍ୟ ଭଲ ଭାବେ ଅବଗତ ଥିଲେ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀମ ମୌଜାବେଗ୍‌ ଗାଁର ଚିକୁନ ୮ ମାସ ପୂର୍ବେ ରାମଚଣ୍ଡି ଥାନା ଅଧୀନ ତରୋପରା ପଞ୍ଚାୟତ ମଲିଆତୁଠ ଗାଁର ଅହଲ୍ୟା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଉଭୟ ଭୁବନେଶ୍ୱର ଚାଲି ଆସି ଧଉଳି ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଚିକୁନ ଡେଲିଭରି ବୟ ଭାବେ କାମ କରୁଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos