ବିଧାୟକଙ୍କ ହାତ ପାଣ୍ଠି: ୨୫ ବର୍ଷରେ ୬୦ ଗୁଣ ବଢ଼ିଛି, ତଥାପି ବୃଦ୍ଧି ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଧାୟକମାନଙ୍କ ହାତପାଣ୍ଠି ୨୫ବର୍ଷରେ ୬୦ଗୁଣ ବୃଦ୍ଧି ପାଇଲାଣି । ଗତ ଦୁଇବର୍ଷ ତଳେ ଏକ କୋଟିରୁ ୩କୋଟି ଟଙ୍କା ହୋଇଛି । ତଥାପି ବିଧାୟକଙ୍କ ହାତପାଣ୍ଠି(ଏମଏଲଏ ଲ୍ୟାଡ୍‌) ବଢ଼ାଇବା ପାଇଁ ଆଜି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ଦାବି କରିଛନ୍ତି । ତେବେ ପଂଚାୟତ ମାଧ୍ୟମରେ ଏବେ ବିପୁଳ ପରିମାଣର ସରକାରୀ ପାଣ୍ଠି ଯିବା ସହ ବ୍ଳକ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରୁଥିବାବେଳେ ବିଧାୟକମାନେ […]

odisha-assembly

odisha-assembly

Ordigital Desk
  • Published: Thursday, 21 July 2022
  • Updated: 21 July 2022, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଧାୟକମାନଙ୍କ ହାତପାଣ୍ଠି ୨୫ବର୍ଷରେ ୬୦ଗୁଣ ବୃଦ୍ଧି ପାଇଲାଣି । ଗତ ଦୁଇବର୍ଷ ତଳେ ଏକ କୋଟିରୁ ୩କୋଟି ଟଙ୍କା ହୋଇଛି । ତଥାପି ବିଧାୟକଙ୍କ ହାତପାଣ୍ଠି(ଏମଏଲଏ ଲ୍ୟାଡ୍‌) ବଢ଼ାଇବା ପାଇଁ ଆଜି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ଦାବି କରିଛନ୍ତି । ତେବେ ପଂଚାୟତ ମାଧ୍ୟମରେ ଏବେ ବିପୁଳ ପରିମାଣର ସରକାରୀ ପାଣ୍ଠି ଯିବା ସହ ବ୍ଳକ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରୁଥିବାବେଳେ ବିଧାୟକମାନେ କାହିଁକି ନିଜର ହାତପାଣ୍ଠି ବୃଦ୍ଧି କରିବାକୁ ଏତେ ବ୍ୟଗ୍ର ହେଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

ଆଜି ବିଧାନସଭାରେ ପ୍ରଶ୍ନକାଳରେ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ରାଜ୍ୟରେ ଜେନେରାଲ ବିଧାୟକ ପାଣ୍ଠିକୁ ୨ରୁ ୩କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଏବେ ରାଜ୍ୟରେ ବିଧାୟକ ପାଣ୍ଠି ୩ କୋଟି ଟଙ୍କା ଥିଲେ ମଧ୍ୟ ୫୦ଲକ୍ଷ ଟଙ୍କା ଉଚ୍ଚଶିକ୍ଷା ଓ ୫୦ଲକ୍ଷ ଟଙ୍କା ରାସ୍ତା ନିର୍ମାଣ ପାଇଁ ଉଦ୍ଦିଷ୍ଟ ଅଛି । ତେଣୁ ଲୋକସଂଖ୍ୟା ବଢ଼ୁଥିବାରୁ ଅଂଚଳରେ ମନ୍ଦିର-ମସଜିଦ୍ ଆଦି ପାଇଁ ଦାବି ଅଧିକ ଆସୁଥିବାରୁ ଏହି ଜେନେରାଲ ବିଧାୟକ ପାଣ୍ଠିକୁ ୨ରୁ ୩କୋଟି ଟଙ୍କାକୁ ବୃଦ୍ଧି କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ ।

ବିଧାୟକ ଉନ୍ନୟନ ପାଣ୍ଠି ବା ହାତପାଣ୍ଠିକୁ ବୃଦ୍ଧି କରିବା ପାଇଁ ଶ୍ରୀ ମଲ୍ଲିକଙ୍କ ଦାବିକୁ ବିଜେଡି ବିଧାୟିକା ଲତିକା ପ୍ରଧାନ, ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଓ ଭାସ୍କର ମଢ଼େଇ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସମର୍ଥନ କରି ବିଧାୟକ ପାଣ୍ଠି ବୃଦ୍ଧି କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ପଡ଼ୋଶୀ ରାଜ୍ୟରେ ବିଧାୟକ ପାଣ୍ଠି ୫କୋଟି ଟଙ୍କା ଥିବାବେଳେ ଓଡ଼ିଶାରେ ଏହାକୁ ୩ରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ୫୦ଲକ୍ଷ ଟଙ୍କା ଖର୍ଚ୍ଚକୁ ସରଳୀକରଣ ସପକ୍ଷରେ ସେ ମତ ରଖିଥିଲେ । ସେହିପରି କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ରାସ୍ତା ନିର୍ମାଣ, କୋଭିଡ୍ ଓ ଉଚ୍ଚଶିକ୍ଷା ପାଇଁ ଧାର୍ଯ୍ୟ ଅର୍ଥ ସୀମାକୁ ଉଠାଇ ସାଧାରଣ ଖର୍ଚ୍ଚକୁ ୩କୋଟି ଟଙ୍କା କରାଯାଉ ବୋଲି ଦାବି କରିଥିଲେ ।

ବିଧାୟକମାନଙ୍କ ଦାବି ଉପରେ ଉତ୍ତର ରଖି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ କହିଥିଲେ ଯେ, ଏବେ ଏମଏଲଏ ଲ୍ୟାଡ୍ ବୃଦ୍ଧି କରିବାର ପ୍ରସ୍ତାବ ନାହିଁ । ୨୦୨୦-୧୨ରେ ଏହା ୧କୋଟିରୁ ୩କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଉଚ୍ଚଶିକ୍ଷା ଓ ରାସ୍ତା ନିର୍ମାଣ ପାଇଁ ଉଦ୍ଦିଷ୍ଟ ୧କୋଟି ଟଙ୍କା ଖର୍ଚ୍ଚ କରିବାରେ ସମସ୍ୟା ହେଲେ ତାକୁ ଜେନେରାଲ ଲ୍ୟାଡ୍ ଭାବେ ଖର୍ଚ୍ଚ କରାଯାଇପାରିବ । ୨୦୨୧ ଡିସେମ୍ବର ମାସରେ ଏନେଇ ସବୁ ଜିଳ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଏନେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କୁ ଏ ପ୍ରସ୍ତାବ ଉପରେ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଏମଏଲଏ ଲ୍ୟାଡ୍ ବୃଦ୍ଧି ପାଇଁ କାହିଁକି ବିଧାୟକମାନେ ଦାବି କରୁଛନ୍ତି । ୧୯୯୭-୯୮ ମସିହା ପୂର୍ବରୁ ଏମଏଲଏ ଲ୍ୟାଡ୍ ନଥିଲା, ସେତେବେଳେ କ’ଣ ସେହି ସମୟର ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ବିକାଶ କାର୍ଯ୍ୟ ହେଉନଥିଲା? ବିଧାୟକମାନେ ସେତେବେଳେ ତ ବିନା ହାତପାଣ୍ଠିରେ ପୁଣି ଜନସାଧାରଣଙ୍କ ସେବା କରିପାରୁଥିଲେ ? ପ୍ରଥମଥର ପାଇଁ ୧୯୯୭-୯୮ ମସିହାରେ ଏମଏଲଏ ଲ୍ୟାଡ୍ ୫ଲକ୍ଷ ଟଙ୍କା ଭାବେ ଲାଗୁ ହୋଇଥିଲା । ଇତିମଧ୍ୟରେ ତାହା ୧୦ଲକ୍ଷ, ୫୦ଲକ୍ଷ, ୭୫ଲକ୍ଷ ଓ ଏକ କୋଟି ହୋଇ ଏବେ ୩କୋଟି ଟଙ୍କାରେ ପହଂଚିଲାଣି । ୬୦ଗୁଣ ବୃଦ୍ଧି ସତ୍ତ୍ୱେ ଏହି ଲ୍ୟାଡ୍ ପରିମାଣକୁ ଆହୁରି ବୃଦ୍ଧି ପାଇଁ ବିଧାୟକମାନେ ଦାବି କରୁଛନ୍ତି ।

ଗ୍ରାମାଂଚଳରେ ବିକାଶ କାର୍ଯ୍ୟ ନିମନ୍ତେ ସରକାର ପ୍ରତିବର୍ଷ ପଂଚାୟତଗୁଡ଼ିକୁ ଆବଶ୍ୟକ ପରିମାଣର ଅର୍ଥ ଦେଉଥିବାବେଳେ ବ୍ଲକଠୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗ ମଧ୍ୟ ଅର୍ଥ ଖର୍ଚ୍ଚ କରୁଛନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗରେ ବିଧାୟକ ହାତପାଣ୍ଠି ମାତ୍ର ୬୦ଲକ୍ଷ ଟଙ୍କା ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୨କୋଟି ଟଙ୍କା ରହିଛି । ଗୁଜୁରାଟରେ ଦେଢ଼ କୋଟି, କର୍ଣ୍ଣାଟକରେ ୨କୋଟି, ଆସାମରେ ଏକ କୋଟି, ମଧ୍ୟପ୍ରଦେଶରେ ଅଢ଼େଇ କୋଟି, ତାମିଲନାଡୁରେ ୩ କୋଟି, ବିହାରରେ ୩କୋଟି ଟଙ୍କା ରହିଛି । ଅବଶ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହି ପରିମାଣ ୫କୋଟି ଟଙ୍କା ରହିଛି ।

ତେବେ ଓଡ଼ିଶାରେ ବିଧାୟକ ପାଣ୍ଠି ମାତ୍ର ୨ବର୍ଷ ତଳେ କୋଟିଏରୁ ୩କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ବିଧାୟକମାନେ ଏହି ପରିମାଣକୁ ବୃଦ୍ଧି ପାଇଁ ପୁଣିଥରେ ଦାବି ରଖିବାକୁ ନେଇ ସାଧାରଣରେ ଭ୍ରୃକୁଂଚନ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story