କରୋନା ସାଙ୍ଗକୁ ଡରାଉଛି ଡେଙ୍ଗୁ

ରାୟଗଡ଼ା(ମନୋଜ ପାତ୍ର): କରୋନା କୋପ ଲୋକଙ୍କୁ ଡରାଉଥିବା ବେଳେ ଏବେ ପୁଣି ଦେଖାଦେଇଛି ଡେଙ୍ଗୁ ଆତଙ୍କ। ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ଜିଲ୍ଲାରେ ଏ ଯାଏ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ସର୍ବାଧିକ ଆକ୍ରାନ୍ତ ମୁନିଗୁଡା ବ୍ଲକର ଟିକରପଡା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।  ଗୋଟିଏ ପଟେ ଜିଲା ପ୍ରଶାସନ ମହାମାରୀ କରୋନାକୁ ପ୍ରତିହତ ପାଇଁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ରୋଗ ସ୍ଥାନୀୟ ପ୍ରଶାସନର […]

dengu-2--2

Niharika Rout
  • Published: Wednesday, 06 May 2020
  • , Updated: 06 May 2020, 01:43 PM IST

ରାୟଗଡ଼ା(ମନୋଜ ପାତ୍ର): କରୋନା କୋପ ଲୋକଙ୍କୁ ଡରାଉଥିବା ବେଳେ ଏବେ ପୁଣି ଦେଖାଦେଇଛି ଡେଙ୍ଗୁ ଆତଙ୍କ। ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ଜିଲ୍ଲାରେ ଏ ଯାଏ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି।

ସର୍ବାଧିକ ଆକ୍ରାନ୍ତ ମୁନିଗୁଡା ବ୍ଲକର ଟିକରପଡା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।  ଗୋଟିଏ ପଟେ ଜିଲା ପ୍ରଶାସନ ମହାମାରୀ କରୋନାକୁ ପ୍ରତିହତ ପାଇଁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ରୋଗ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲିଟିଛି।

ଗତ ମାସକ ମଧ୍ୟରେ କେବଳ ଟିକରପଡାରେ ୪୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୯ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଜିଲ୍ଲାର ବିଷମକଟକ, ମାଲିଗାଁ, ରାୟଗଡା ସହରର ୪ ଓ ୫ ନମ୍ବର ଓ୍ୱାର୍ଡ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନାଳନର୍ଦ୍ଦମାଗୁଡିକ ନିୟମିତ ସଫାସୁତୁରା ହେଉନଥିବା କାରଣରୁ ମଶା ସଂଖ୍ୟା ବଢୁଥିବା ଅଭିଯୋଗ ହେଉଛି । ସଚେତନତା ସାଙ୍ଗକୁ ଗାଁଗୁଡିକରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଏଡିଏମ୍ଓ ।

Related story