ଡେଙ୍ଗୁ ସ୍ଥିତି ଉଦ୍‌ବେଗଜନକ: ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଥିବା ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଜୋରଦାର ପ୍ରୟାସ ଚଲିଛି। ବିଶେଷ କରି ଉଦ୍‌ବେଗଜନକ ସ୍ଥିତିରେ ଥିବା କେନ୍ଦୁଝର ଜିଲ୍ଲାକୁ ଯାଇ ୬ ଜଣିଆ ବିଶେଷଜ୍ଞ ଟିମ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡାକ୍ତର ଗଗନ ସିଂ ସୋନାଲ୍‌ଙ୍କ ନେତୃତ୍ୱରେ ଯାଇଥିବା ୬ ଏହି ଟିମ୍‌ ଉଭୟ ବଡ଼ବିଲ ଓ ଯୋଡ଼ା ପୌରାଞ୍ଚଳ ପରିଦର୍ଶନ କରିଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନ କରାଇଛନ୍ତି। ଉକ୍ତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨,୬୮୮ ଜଣଙ୍କ ରକ୍ତ ପରୀକ୍ଷା […]

dengu1

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 09:54 PM IST

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଥିବା ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଜୋରଦାର ପ୍ରୟାସ ଚଲିଛି। ବିଶେଷ କରି ଉଦ୍‌ବେଗଜନକ ସ୍ଥିତିରେ ଥିବା କେନ୍ଦୁଝର ଜିଲ୍ଲାକୁ ଯାଇ ୬ ଜଣିଆ ବିଶେଷଜ୍ଞ ଟିମ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡାକ୍ତର ଗଗନ ସିଂ ସୋନାଲ୍‌ଙ୍କ ନେତୃତ୍ୱରେ ଯାଇଥିବା ୬ ଏହି ଟିମ୍‌ ଉଭୟ ବଡ଼ବିଲ ଓ ଯୋଡ଼ା ପୌରାଞ୍ଚଳ ପରିଦର୍ଶନ କରିଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନ କରାଇଛନ୍ତି। ଉକ୍ତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨,୬୮୮ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ୭୬୬ ଜଣଙ୍କଠାରେ ଡେଙ୍ଗୁ ରୋଗ ଚିହ୍ନଟ କରାଯାଇଛି।

କଟକରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଜଗତପୁର ସମେତ ବିଭିନ୍ନ ଶିଳ୍ପାଞ୍ଚଳରେ ୨୪ ଘଣ୍ଟିଆ ସଫେଇ କାର୍ଯ୍ୟ କରାଯିବା ସହ ୨୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜଗତପୁରରେ ସିଏମ୍‌ସିର ବରିଷ୍ଠ ଅଧିକାରୀ ଏକ କ୍ୟାମ୍ପ କରିଛନ୍ତି।

ଆଜି ଅପରାହ୍ନ ସୁଦ୍ଧା ଏସ୍‌ସିବିରେ ୧୫୨ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କଟକର ୮୨ ଓ କେନ୍ଦୁଝର ଜିଲ୍ଲାର ୨୨ ଜଣ ରୋଗୀ ଅଛନ୍ତି। ଆଜି ପରୀକ୍ଷା ହୋଇଥିବା ରକ୍ତ ନମୁନାରୁ ୨୩ଟି ପଜିଟିଭ୍‌ ଥିବା ସୂଚନା ମିଳିଛି।

Related story