ଚିଟଫଣ୍ଡ କେଳେଙ୍କାରୀ: ୧୦ହଜାର ଟଙ୍କାରୁ ଅଧିକ ଜମାକାରୀଙ୍କୁ ମିଳିବନି କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର କଷ୍ଟଲବ୍ଧ ସଞ୍ଚିତ ଅର୍ଥକୁ ଚିଟଫଣ୍ଡରେ ଜମା କରିଥିବା ଗରିବ ଜମାକାରୀଙ୍କୁ କୌଣସି କ୍ଷତିପୂରଣ ମିଳିବନି। କେବଳ ୧୦ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଏହି ଅର୍ଥ ଫେରସ୍ତ କରାଯିବ। ରାଜ୍ୟ ସରକାର ଗଠନ କରିଥିବା ୩୦୦କୋଟି ଟଙ୍କାର କର୍ପସ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଚିଟଫଣ୍ଡ […]

chitfund.jpg11111

chitfund.jpg11111

Manoranjan Sial
  • Published: Monday, 15 July 2019
  • Updated: 15 July 2019, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର କଷ୍ଟଲବ୍ଧ ସଞ୍ଚିତ ଅର୍ଥକୁ ଚିଟଫଣ୍ଡରେ ଜମା କରିଥିବା ଗରିବ ଜମାକାରୀଙ୍କୁ କୌଣସି କ୍ଷତିପୂରଣ ମିଳିବନି। କେବଳ ୧୦ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଏହି ଅର୍ଥ ଫେରସ୍ତ କରାଯିବ। ରାଜ୍ୟ ସରକାର ଗଠନ କରିଥିବା ୩୦୦କୋଟି ଟଙ୍କାର କର୍ପସ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଚିଟଫଣ୍ଡ ତଦନ୍ତ ଓ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରସଙ୍ଗରେ ବିଧାୟକ ଶ୍ରୀ ପଟ୍ଟନାୟକ ଏକକାଳୀନ ୪ଟି ପ୍ରଶ୍ନ କରି ଚିଟଫଣ୍ଡ ତଦନ୍ତର ଅଗ୍ରଗତି ଜାଣିବାକୁ ଚାହିଁଥିଲେ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏ ସଂକ୍ରାନ୍ତରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୧୦ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଚିଟଫଣ୍ଡ ତଦନ୍ତକାରୀ କମିଶନ ଜଷ୍ଟିସ ମଦନମୋହନ ଦାସଙ୍କୁ ଦିଆଯାଇଥିବା ଟର୍ମ ଅଫ ରେଫରେନ୍ସରେ ମଧ୍ୟ ୧୦ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କ ଚିହ୍ନଟ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଚିଟଫଣ୍ଡ ତଦନ୍ତ କମିଶନ ଇତିମଧ୍ୟରେ ୬ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି ଓ ତା' ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅର୍ଥମନ୍ତ୍ରୀ ଏହି ଉତ୍ତର ରଖି ପରୋକ୍ଷରେ ଜଣାଇ ଦେଇଛନ୍ତି ଯେ ଦୀର୍ଘ ୬ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ବିଚାର ବିଭାଗୀୟ ତଦନ୍ତ କେବଳ ୧୦ହଜାର ଟଙ୍କାରୁ କମ୍ ଜମା ରଖିଥିବା ଜମାକାରୀଙ୍କ ଚିହ୍ନଟ ମଧ୍ୟରେ ସୀମିତ ରହିଛି।

ସରକାରଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଚିଟଫଣ୍ଡ ଲୁଟେରାଙ୍କ ପାଇଁ ପୁଷମାସ ହୋଇଥିବାବେଳେ ଠକେଇ ଶିକାର ହୋଇଥିବା ଲକ୍ଷଲକ୍ଷ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। ସରକାରଙ୍କ ପ୍ରତିଶ୍ରୁତି ପରେ ସେମାନେ କଷ୍ଟଲବ୍ଧ ସଞ୍ଚିତ ଅର୍ଥ ଫେରିପାଇବେ ବୋଲି ଯେଉଁ ଆଶା ବାନ୍ଧିଥିଲେ ତାହା ମନ୍ତ୍ରୀଙ୍କ ଏହି ବୟାନ ପରେ ଧୂଳିସାତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟର ଅର୍ଥନୀତିକ ଅପରାଧ ଶାଖା ୨୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ୬୭୫ଟି ମାମଲା ବିଭିନ୍ନ ଥାନାରେ ରୁଜୁ କରି ତଦନ୍ତ କରୁଛି। ଏଥିରୁ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ୮୫ଟି କେସର ତଦନ୍ତ ଭାର ସିବିଆଇ ଓ ଏସଆଇଟି ନେଇଛନ୍ତି।

ସୂଚନାଯୋଗ୍ୟ, ସରକାରୀ ପ୍ରୋତ୍ସାହନରେ ରାଜ୍ୟରେ ୨୦୦୭-୦୮ରୁ ୨୦୧୧-୧୨ ମସିହା ମଧ୍ୟରେ ଛତୁ ଫୁଟିଲା ଭଳି ଚିଟଫଣ୍ଡ କମ୍ପାନୀଗୁଡ଼ିକ ଗଢ଼ି ଉଠିଥିଲା ଓ ସେମାନେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କଠୁ ପ୍ରାୟ ୩୦ହଜାର କୋଟି ଟଙ୍କା ଠକି ନେଇଥିଲେ। ଲୋକଙ୍କ ସଞ୍ଚିତ ଅର୍ଥକୁ ହଡ଼ପ କରିଥିବା ଚିଟଫଣ୍ଡ କମ୍ପାନୀର ପ୍ରମୋଟର ଓ ସହଯୋଗୀମାନେ ଏବେ ଜାମିନରେ ଆସି ଆରାମଦାୟକ ଜୀବନ ଅତିବାହିତ କରୁଥିବାବେଳେ ଠକେଇର ଶିକାର ହୋଇଥିବା ଲୋକମାନେ ସରକାରଙ୍କଠୁ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ। ତେବେ ଆଜି ଅର୍ଥମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ୧୦ହଜାର ଟଙ୍କାରୁ ଅଧିକ ଜମା ରଖିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଯେ ସେମାନଙ୍କର ଅର୍ଥ କେବେବି ଫେରସ୍ତ ମିଳିବ ନାହିଁ ତାହା ଆପାତତଃ ସ୍ପଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story