ଗଭୀର ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଡ୍ରିପେସନ ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତାକାଲି ସକାଳେ ଉପକୂଳ ଅତିକ୍ରମ କରିପାରେ। ଏହା ଦକ୍ଷିଣ-ପୂର୍ବ ଦିଗରେ ବିଶାଖାପାଟଣା ଠାରୁ ୨୫୦କିମି ଦୂରରେ ସକ୍ରିୟ ରହିଛି। ଆସନ୍ତାକାଲି ସକାଳେ ଏହା କାକିନାଡ଼ା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଅତିକ୍ରମ ବେଳେ ପବନର ବେଗ ୫୫ରୁ ୬୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ […]

rain

Ranjit Kumar Jena
  • Published: Monday, 12 October 2020
  • , Updated: 12 October 2020, 05:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଡ୍ରିପେସନ ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତାକାଲି ସକାଳେ ଉପକୂଳ ଅତିକ୍ରମ କରିପାରେ। ଏହା ଦକ୍ଷିଣ-ପୂର୍ବ ଦିଗରେ ବିଶାଖାପାଟଣା ଠାରୁ ୨୫୦କିମି ଦୂରରେ ସକ୍ରିୟ ରହିଛି। ଆସନ୍ତାକାଲି ସକାଳେ ଏହା କାକିନାଡ଼ା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଅତିକ୍ରମ ବେଳେ ପବନର ବେଗ ୫୫ରୁ ୬୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷାର ପ୍ରକୋପ ଅଧିକ ରହିବ।

ଏହାବ୍ୟତୀତ କଟକ ଓ ଭୁବନେଶ୍ୱରରେ ବି ଆଜି ଓ ଆସନ୍ତାକାଲି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ଯିବାକୁ ମନା କରାଯାଇଛି। ସେପଟେ ରାଜ୍ୟରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି।

Related story