ନବୀନ... ନବୀନ... ଗୀତ ଗାଇଲେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ନୂଆ ଅବତାର। ବ୍ୟଙ୍ଗାତ୍ମକ ଗୀତ ଗାଇ ଶୁଣାଇଲେ ନିଜ ମନର କଥା। ଆଉ ଏଥିରେ ରହିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ କଟାକ୍ଷ। ଶ୍ରୀ ସେଠୀ  ଗାଇଥିଲେ, “ନବୀନ… ନବୀନ କେମିତି ମିଳିବ ଘର ଜଣାପଡ଼ୁନି… କେମିତି ମିଳିବ ଘର ଜଣାପଡ଼ୁନି… । ଏମ୍‌ଏଲ୍‌ଏଙ୍କ ନାହିଁ ଘର… ବୁଲୁଛନ୍ତି ବାର ଦ୍ୱାର… ଏମ୍‌ଏଲ୍‌ଏଙ୍କ ନାହିଁ ଘର… ବୁଲୁଛନ୍ତି ବାର ଦ୍ୱାର…କେମିତି ମିଳିବ ଘର କହି କହି […]

bishnu-sethi-sing-song

Manoranjan Sial
  • Published: Thursday, 28 November 2019
  • , Updated: 28 November 2019, 04:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ନୂଆ ଅବତାର। ବ୍ୟଙ୍ଗାତ୍ମକ ଗୀତ ଗାଇ ଶୁଣାଇଲେ ନିଜ ମନର କଥା। ଆଉ ଏଥିରେ ରହିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ କଟାକ୍ଷ। ଶ୍ରୀ ସେଠୀ  ଗାଇଥିଲେ, “ନବୀନ... ନବୀନ କେମିତି ମିଳିବ ଘର ଜଣାପଡ଼ୁନି... କେମିତି ମିଳିବ ଘର ଜଣାପଡ଼ୁନି... । ଏମ୍‌ଏଲ୍‌ଏଙ୍କ ନାହିଁ ଘର... ବୁଲୁଛନ୍ତି ବାର ଦ୍ୱାର... ଏମ୍‌ଏଲ୍‌ଏଙ୍କ ନାହିଁ ଘର... ବୁଲୁଛନ୍ତି ବାର ଦ୍ୱାର...କେମିତି ମିଳିବ ଘର କହି କହି ଶୁଣୁନି.. ନବୀନ କେମିତି ମିଳିବ ଘର ଜଣାପଡ଼ୁନି...।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗତକାଲି ବିରୋଧୀଦଳ ଉପନେତାଙ୍କ ଏହି କଟାକ୍ଷଭରା ଓ ବ୍ୟଙ୍ଗାତ୍ମକ କବିତା ଆବୃତ୍ତି ଗୃହରେ ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିଲା। ଚାନ୍ଦବାଲିର ବିଜେପି ବିଧାୟକ ବିଷ୍ଣୁ ସେଠୀ ଏକାଧାରାରେ ଜଣେ ମେଳାପି ବ୍ୟକ୍ତି, ଶିକ୍ଷାବିତ, କବି ତଥା ଘାସଫୁଲ ପତ୍ରିକାର ସମ୍ପାଦକ। ଲେଖାଲେଖିରେ ତାଙ୍କର ରୁଚି ଓ ଅଭିଜ୍ଞତା କଥା ସମସ୍ତେ ଜାଣିଥିଲେ। ହେଲେ ତାଙ୍କର ଗୀତ ଗାଇବାର ପ୍ରତିଭା ବିଶେଷ କରି ବିଧାସଭାରେ କେହି ଦେଖିନଥିବେ। ଆଜି ସେ ଗୀତ ଗାଇ କେବଳ ଗୃହ ନୁହେଁ ବରଂ ତାଙ୍କ ପ୍ରତିଭା ସାରା ରାଜ୍ୟବାସୀଙ୍କୁ ଦେଖାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରହିବା ପାଇଁ ବିଧାୟକଙ୍କୁ କ୍ୱାର୍ଟର ମିଳୁନଥିବାରୁ ଥଟ୍ଟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ଲେଖାଏ ଘର ଯୋଗାଇ ଦେବାକୁ ଶ୍ରୀ ସେଠୀ ନବୀନଙ୍କୁ ଗୀତ ଆବୃତ୍ତି ଜରିଆରେ ଅନୁରୋଧ କରିଛନ୍ତି।

ବିଧାନସଭାରୁ ବାହାରିବା ପରେ ଶ୍ରୀ ସେଠୀ ଲବିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଥିଲେ। ସମସ୍ତଙ୍କ ସହିତ ଥଟ୍ଟାମଜାରେ ମିଶୁଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଏହି ସମୟରେ ଶ୍ରୀ ସେଠୀଙ୍କ ଗୀତ ଗାଇବା କଳାକୁ ପ୍ରଶଂସା କରିଥିଲେ। ଆଉ ପ୍ରଶଂସା ଶୁଣିବା ପରେ ଶ୍ରୀ ସେଠୀ ଗଦ୍‌ଗଦ୍‌ ହୋଇପଡ଼ିଥିଲେ। କହୁ କହୁ କହି ପକାଇଥିଲେ, ଆରେ ମୁଁ ପରା ଜଣେ ପ୍ରଫେଶନାଲ୍‌ ସିଙ୍ଗର। ଜିତୁ ରାଉତରାୟଙ୍କ ସହିତ ମିଶି ବ୍ୟାଣ୍ଡପାର୍ଟି କରିବୁ। ଆଉ ତା’ପରେ ଶ୍ରୀ ସେଠୀ ପଦୁଟିଏ ଲୋକ ଗୀତ ଗାଇଥିଲେ।

ଗୀତଟି ଏମିତି “ଚାଷୀ ମରେ ଓଡ଼ିଶାରେ... ସୁଜନେ ହୋ... ଚାଷୀ ମରେ ଓଡ଼ିଶାରେ...। ବ୍ଲାକଡଗ୍‌ ପିଇ ମୁଖିଆ ଶୋଇଛି... (ହରିବୋଲ)...ଆଇନ୍‌ ଚାଲେ ତା’ ବାଟରେ ସୁଜନେହୋ... ଆଇନ୍‌ ଚାଲେ ବାଟରେ।”

ତେବେ ବିଧାସଭା ଭିତରେ ଓ ଲବିରେ ବ୍ୟଙ୍ଗାତ୍ମକ ଗୀତ ଗାଇ ହାସ୍ୟରୋଳ ସୃଷ୍ଟି କରିଥିବା ଏହି ପ୍ରତିଭାଧାରୀ ରାଜନେତା କିନ୍ତୁ ଏହାର କେଇ ମୁହୂର୍ତ୍ତ ପରେ ନିଜ ପ୍ରତି ଅନ୍ୟର ବ୍ୟାଙ୍ଗାତ୍ମକ ଟିପ୍ପଣୀକୁ ଆଦୌ ସମ୍ଭାଳି ପାରି ନଥିଲେ।

ଗୀତ ଗାଇସାରି ଲବିରେ ଚାଲି ଯାଉଥିବା ବେଳେ ଶ୍ରୀ ସେଠୀଙ୍କୁ ସାମ୍ୱାଦିକ ଭାଇଙ୍କ ଭିତରୁ କେହି ଜଣେ ଥଟ୍ଟା କରିଥିଲେ। ଏହା ବିଷ୍ଣୁ ସାରଙ୍କୁ ହଜମ ହୋଇନଥିଲା। ଫେରିଆସି ସମ୍ପୃକ୍ତ ସାମ୍ୱାଦିକଙ୍କୁ କହିଲେ-“ତୁ କେତେ ପାଠ ପଢ଼ିଛୁ। ମୁଁ ପରା ଜେଏନ୍‌ୟୁ ଯାଇଛି। ଦୁଇଥର ଓଏଏସ୍‌ ପାଇଛି। ବଡ଼ ବଡ଼ ପ୍ରଫେସରଙ୍କ ଲେଖା କରେକ୍‌ସନ୍‌ କରିଛି।”

Related story