ଦେଶର ୟଙ୍ଗ ଏଣ୍ଟରପ୍ରିନିୟରଙ୍କ ତାଲିକାରେ ସବୁଠୁ ଆଗରେ ଓଡ଼ିଆ ଯୁବକ ରିତେଶ

ଭୁବନେଶ୍ୱର: ରିତେଶ ଅଗ୍ରଓୱାଲ । ରାୟଗଡ଼ା ଜିଲ୍ଲାରେ ଜନ୍ମିତ ରିତେଶ ଏବେ ଦେଶର ୟଙ୍ଗ୍ ଏଣ୍ଟରପ୍ରିନିୟରଙ୍କ ତାଲିକାରେ ସବୁଠୁ ଆଗରେ । ମାତ୍ର ୧୭ ବର୍ଷ ବୟସରେ ସେ ପାଲଟିଛନ୍ତି ନିଜ କମ୍ପାନୀର ସିଇଓ। ୧୯ ବର୍ଷରେ ସାନ୍ ଫ୍ର।ନସ୍ସିକୋରୁ ପାଇଛନ୍ତି ଥିଏଲ୍ ଫେଲୋସିପ୍। ଏବେ ଜାପାନର ଏକ କମ୍ପାନୀ ରିତେଶଙ୍କ କମ୍ପାନୀରେ ୬୩୦ କୋଟି ଟଙ୍କ। ନିବେଶ କରିବାକୁ ରାଜି ହେବା ପରେ, ପୁଣି ଚର୍ଚ୍ଚାକୁ ଆସିଛନ୍ତି ରିତେଶ। ରାୟଗଡ଼ା ସହରର ୨୧ ବର୍ଷିୟ ରିତେଶଙ୍କୁ […]

ritesh

ritesh

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 03:24 PM IST

Sports

Latest News

ଭୁବନେଶ୍ୱର: ରିତେଶ ଅଗ୍ରଓୱାଲ । ରାୟଗଡ଼ା ଜିଲ୍ଲାରେ ଜନ୍ମିତ ରିତେଶ ଏବେ ଦେଶର ୟଙ୍ଗ୍ ଏଣ୍ଟରପ୍ରିନିୟରଙ୍କ ତାଲିକାରେ ସବୁଠୁ ଆଗରେ । ମାତ୍ର ୧୭ ବର୍ଷ ବୟସରେ ସେ ପାଲଟିଛନ୍ତି ନିଜ କମ୍ପାନୀର ସିଇଓ। ୧୯ ବର୍ଷରେ ସାନ୍ ଫ୍ର।ନସ୍ସିକୋରୁ ପାଇଛନ୍ତି ଥିଏଲ୍ ଫେଲୋସିପ୍। ଏବେ ଜାପାନର ଏକ କମ୍ପାନୀ ରିତେଶଙ୍କ କମ୍ପାନୀରେ ୬୩୦ କୋଟି ଟଙ୍କ। ନିବେଶ କରିବାକୁ ରାଜି ହେବା ପରେ, ପୁଣି ଚର୍ଚ୍ଚାକୁ ଆସିଛନ୍ତି ରିତେଶ।

ରାୟଗଡ଼ା ସହରର ୨୧ ବର୍ଷିୟ ରିତେଶଙ୍କୁ ସାରା ବିଶ୍ୱ ଜଣେ ଶକ୍ତିଶାଳୀ ୟଙ୍ଗ ଇଣ୍ଟରପ୍ରିନିୟର ଭାବେ ଜାଣେ । ବ୍ୟବସାୟରେ ତାଙ୍କ ଦଖଲ ଓ କୌଶଳ ଏତେ ଶକ୍ତିଶାଳୀ ଯେ, ବିଶ୍ୱର ବିଭିନ୍ନ ବ୍ୟାଙ୍କ ଆଗେଇ ଆସିଛନ୍ତି ତାଙ୍କୁ ଆର୍ଥିକ ସହଯୋଗ କରିବାକୁ । ରାୟଗଡ଼ା ସହରରେ ହାଇସ୍କୁଲ ଶିକ୍ଷା ବେଳେ ହିଁ ପଡ଼ିଥିଲେ ବ୍ୟବସାୟର ନିଶାରେ । ମାତ୍ର ୧୭ ବର୍ଷ ବୟସରେ ପାଠ ଛାଡ଼ି ଅନଲାନ ବିଜିନେସ୍ ଆରମ୍ଭ କରିଥିଲେ । ଆଉ ସେହି ବର୍ଷ ହିଁ ସେ ଲେଖିଥିଲେ ଦି ଏନ୍ସାଇକ୍ଲୋପେଡିଆ ଅଫ୍ ଇଂଜିନିୟରିଂ କଲେଜ୍ ପୁସ୍ତକ ।

ନିଜ ସ୍ୱପ୍ନକୁ ସାକାର କରିବାକୁ ଓଡ଼ିଶା ଛାଡ଼ି ରିତେଶ ପହଞ୍ଚି ଯାଆନ୍ତି ଦିଲ୍ଲୀରେ। ଆଉ ସେହିବର୍ଷ ଓର୍ଥ ଗ୍ରୋଥ ପାଟନର ନାମକ ଏକ କମ୍ପାନୀର ସେ ପାଲଟି ଯାଆନ୍ତି ଦେଶର ସର୍ବ କନିଷ୍ଠ ସିଇଓ। ବର୍ଷକ ପରେ ଗଢ଼ନ୍ତି ନିଜ କଂପାନୀ ଓରଭେଲ ଡଟ୍ କମ । ରିତେଶଙ୍କ କୁଶଳତା ବଡ଼ ବଡ଼ ଫଣ୍ଡିଂ ଏଜେନ୍ସିଙ୍କ ଦୃଷ୍ଟି ଆକର୍ଷଣ କରେ। ବଢ଼ି ଚାଲେ କମ୍ପାନୀର ପରିଧି। ମାତ୍ର ୧୯ ବର୍ଷ ବୟସରେ ସେ ଥିଏଲ୍ ଫେଲୋସିପ୍ ଚନୟକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଭାରତରୁ ଏକମାତ୍ର ଯୁବକ ଭାବେ ସେ ୧ ଲକ୍ଷ ଡଲାର ଆର୍ଥିକ ରାଶି ପାଇବା ସହ ସାନ୍ ଫ୍ର।ନ୍ସସିକୋ ଯାଇଥିଲେ । ଯେଉଁଠି ସ୍କୁଲ୍ ପଢ଼ାକୁ ଅଧାରୁ ବାଏ ବାଏ କରି ନିଜ ସ୍ୱପ୍ନ ସାକାର କରିବାକୁ ଉଦ୍ୟମ କରୁଥିବା ୟଙ୍ଗ ଟାଲେଣ୍ଟକୁ ଦିଆଯାଏ ସଫଳ ହେବାର ମନ୍ତ୍ର । ବାସ୍ ସେଇଠୁ ଫେରିବା ପରେ ଏବେ ଓୟୋ ରୁମସ୍ ନାମକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ଦେଶର ବିଭିନ୍ନ ସହରରେ ବ୍ରାଣ୍ଡେଡ୍ ବଜେଟ୍ ହୋଟେଲକୁ ନେଇ ଚଳାଇଛନ୍ତି ହସପିଟାଲିଟି ସର୍ଭିସ୍। ନିଜ କମ୍ପାନୀର ସେ ହେଉଛନ୍ତି ସିଇଓ । ଯାହା ଏବେ ବାର୍ଷିକ ୬୪ କୋଟି ଟଙ୍କ।ର କାରବାର କରୁଛି। ଆଶ୍ଚର୍ଯ୍ୟର କଥା ହେଲା, ଏ କମ୍ପାନୀରେ ନିଯୁକ୍ତ ସବୁ କର୍ମଚାରୀଙ୍କ ବୟସ ୨୫ ବର୍ଷ ତଳେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos