ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିର ପଛପଟେ ଫୁଟିଲା ବୋମା

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ପଡ଼ିବ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ର ଆସିବେ ଲକ୍ଷାଧିକ ଭକ୍ତ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ସମେତ ପୁରୀ ଟାଉନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବଡ଼ ବଡ଼ ଅଧିକାରୀମାନେ କହୁଛି। ହେଲେ ଏତେ ସବୁ ସୁରକ୍ଷା ଭିତରେ ଆଜି ଶ୍ରୀମନ୍ଦିର ପଛ ପାର୍ଶ୍ୱରେ ବୋମା ଫୁଟିଛି। ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି […]

Despite-claims-of-tight-security-in-Puri-criminals-hurl-bombs-right-behind-Jagannath-temple

Manoranjan Sial
  • Published: Saturday, 15 June 2019
  • Updated: 15 June 2019, 05:26 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ପଡ଼ିବ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ର ଆସିବେ ଲକ୍ଷାଧିକ ଭକ୍ତ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ସମେତ ପୁରୀ ଟାଉନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବଡ଼ ବଡ଼ ଅଧିକାରୀମାନେ କହୁଛି। ହେଲେ ଏତେ ସବୁ ସୁରକ୍ଷା ଭିତରେ ଆଜି ଶ୍ରୀମନ୍ଦିର ପଛ ପାର୍ଶ୍ୱରେ ବୋମା ଫୁଟିଛି। ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ବୋମା ଫିଙ୍ଗି ଚାଲିଗଲେ। ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି।

ପଣାପ୍ରିୟା ଠାକୁରାଣୀ ପୀଠ ନିକଟ ବସ୍ତିର ଶିବରାମ ପାତ୍ର ଓ ଲକି ଦାସ ଛକରେ ଛିଡ଼ା ହୋଇଥିଲେ। ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ଶିବରାମଙ୍କ ଉପରକୁ ୩ଟି ବୋମା ଫିଙ୍ଗି ଥିଲେ। ଫଳରେ ଶିବରାମ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଶିବରାମଙ୍କ ପାଖରେ ଛିଡ଼ା ହୋଇଥିବା ଲକି ସାମାନ୍ୟ ଆହତ ହୋଇଛନ୍ତି।

ପୂର୍ବ ଶତ୍ରୁତାରୁ ଶିବରାମଙ୍କ ଉପରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇନାହିଁ।

ମିଳିଥିବା ସୂଚନାରୁ ଜଣାପଡିଛି, ବାତ୍ୟା ‘ଫୋନି’ ଯୋଗୁ ଶ୍ରୀକ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଗୁଡ଼ିକ ନଷ୍ଟ ହୋଇଯାଇଛି। ବାତ୍ୟା ଯିବାକୁ ମାସେରୁ ଅଧିକ ସମୟ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ସିସିଟିଭି ଗୁଡ଼ିକ ମରାମତି କରାଯାଇ ନାହିଁ। ଯାହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦିନ ଦି’ପହରରେ ଲୁଟ୍‌ ଓ ଅପରାଧ ଘଟାଇ ଖସି ଯାଉଛନ୍ତି। ଯାହା ଏବେ ପୁରୀ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story