PPP ମୋଡ଼ରେ ହେବ ଭୁବନେଶ୍ୱର ରେଳଷ୍ଟେସନର ବିକାଶ, ବ୍ଲୁ ପ୍ରିଣ୍ଟ ଫାଇନାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ୱର ରେଳଷ୍ଟେସନ । ଏଥିନିମନ୍ତେ PPP ମୋଡ଼ରେ  ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇ ବିକାଶ କରାଯିବ।  ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା । ସେ କହିଛନ୍ତି, ଖୁବଶୀଘ୍ର  ରେଳ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି […]

railway ceo

Niharika Rout
  • Published: Monday, 04 October 2021
  • , Updated: 04 October 2021, 10:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ୱର ରେଳଷ୍ଟେସନ । ଏଥିନିମନ୍ତେ PPP ମୋଡ଼ରେ  ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇ ବିକାଶ କରାଯିବ।  ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା ।

ସେ କହିଛନ୍ତି, ଖୁବଶୀଘ୍ର  ରେଳ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ବା RLDA ଭୁବନେଶ୍ୱର ଷ୍ଟେସନ ଅଞ୍ଚଳର ବିକାଶ କରିବ ।  ବିଡିଏ ବଳକା ଏରିଆର ବିକାଶ କରିବ ଏବଂ ଏହାକୁ ଭୁବନେଶ୍ୱର ସିଟି ସହ ମର୍ଜ କରାଯିବ  ।  PPP ମୋଡରେ ହେଉଥିବାରୁ ନିବେଶକ ପୁଞ୍ଜିନିବେଶ କରିବେ । ଖୁବଶୀଘ୍ର ଟେଣ୍ଡର ଡକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରେଳ ବୋର୍ଡ଼ ଅଧ୍ୟକ୍ଷ ।

ଏଥିସହ ସେ କହିଛନ୍ତି, ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଗୋଟିଏ ନୂଆ ପ୍ଲାଟଫର୍ମ ସହ ୨ ଟି ନୂଆ ଲାଇନ ଯୋଡ଼ା ହେବ ।  କୋଭିଡ ଯୋଗୁ ଏବେ ୯୦ ପ୍ରତିଶତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି ।  ଆସନ୍ତା ୨ରୁ ୩ ମାସ ମଧ୍ୟରେ ସବୁ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ରେଳବୋ଼ର୍ଡ ଅଧ୍ୟକ୍ଷ କହିଛନ୍ତି ।

Related story