ହାଇକୋର୍ଟରେ ଧାମନଗର ବିଧାୟକଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ: ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବିଜେଡିର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆଜି ହାଇକୋର୍ଟ ମୁକ୍ତିକାନ୍ତଙ୍କ ଆବେଦନର ଶୁଣାଣି କରି ତାଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ମାମଲା ଆଧାରରେ ମୁକ୍ତିକାନ୍ତଙ୍କ ବିଚାର କରିବାକୁ ତଳ କୋର୍ଟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୨ ମସିହା ନଭେମ୍ବର ୩ ତାରିଖରେ ବାସୁଦେବପୁର ଥାନା ସୁଗୋ ଗ୍ରାମର […]

highcourt

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 04:12 PM IST

କଟକ: ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବିଜେଡିର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆଜି ହାଇକୋର୍ଟ ମୁକ୍ତିକାନ୍ତଙ୍କ ଆବେଦନର ଶୁଣାଣି କରି ତାଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ମାମଲା ଆଧାରରେ ମୁକ୍ତିକାନ୍ତଙ୍କ ବିଚାର କରିବାକୁ ତଳ କୋର୍ଟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୨ ମସିହା ନଭେମ୍ବର ୩ ତାରିଖରେ ବାସୁଦେବପୁର ଥାନା ସୁଗୋ ଗ୍ରାମର ନିରଞ୍ଜନ ଜେନା ନାମକ ଜଣକ ବ୍ୟକ୍ତିଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ମୃତ ନିରଞ୍ଜନଙ୍କ ଦାଦା ଦୁଃଶାସନ ଜେନା ତାଙ୍କ ଏତଲାରେ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ମୋଟ ୬ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ବେଳେ ପୋଲିସ୍‌ ମୁକ୍ତିକାନ୍ତଙ୍କ ସହ ଅନ୍ୟଜଣଙ୍କ ନାଁ ଚାର୍ଜସିଟରୁ ବାଦ ଦେଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଦୁଃଶାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହତ୍ୟା ମାମଲାରେ ତାଙ୍କୁ ଅଭିଯୁକ୍ତ କରି ୬ ମାସ ଭିତରେ ବିଚାର ସାରିବାକୁ ଭଦ୍ରକ ସେସନ୍ସ କୋର୍ଟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସେ ଜାମିନ ପାଇଁ ଆବେଦନ କରିଥିଲେ।

Related story