ଧାମନଗର ଭୋଟ୍ ଜିତିବାକୁ ଟଙ୍କା ବାଣ୍ଟୁଛନ୍ତି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା!

ଭୁବନେଶ୍ୱର/ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟାର ସାଂଘାତିକ ଅଭିଯୋଗ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ଆଣିଛି ବିଜେପି। ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହେବା ପରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି ଦଳ। ବିଜେପିର ଏକ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଟଙ୍କା ବାଣ୍ଟୁଥିବା ମହିଳାଙ୍କୁ ଗରିଫ କରିବା ପାଇଁ ଦାବି କରିଛି। ନିର୍ବାଚନ ଜିତିବାକୁ ଧାମନଗର ଚେୟାରମ୍ୟାନ ଟଙ୍କା ପଠାଇଥିବା […]

dham

dham

Niranjan Mishra
  • Published: Sunday, 23 October 2022
  • Updated: 23 October 2022, 08:04 PM IST

Sports

Latest News

ଭୁବନେଶ୍ୱର/ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟାର ସାଂଘାତିକ ଅଭିଯୋଗ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ଆଣିଛି ବିଜେପି। ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହେବା ପରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି ଦଳ। ବିଜେପିର ଏକ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଟଙ୍କା ବାଣ୍ଟୁଥିବା ମହିଳାଙ୍କୁ ଗରିଫ କରିବା ପାଇଁ ଦାବି କରିଛି। ନିର୍ବାଚନ ଜିତିବାକୁ ଧାମନଗର ଚେୟାରମ୍ୟାନ ଟଙ୍କା ପଠାଇଥିବା ଅଭିଯୋଗ ହୋଇଛି।

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ତାତି ବଢୁଥିବା ବେଳେ ଗ୍ରାଉଣ୍ଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୂରା ନିର୍ବାଚନ ମଣ୍ଡଳୀରେ ଧାମନଗର ଏନ୍ଏସିର ଏହି ଭାଇରାଲ୍ ଭିଡ଼ିଓକୁ ନେଇ ଚର୍ଚ୍ଚା। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ଟଙ୍କା ବାଣ୍ଟୁଛନ୍ତି। ତାଲିକା ଦେଖି ଗୋଟି ଗୋଟି କରି ନାଁ ପଢ଼ି, କହୁଛନ୍ତି ୩ ଜଣଙ୍କ ମଧ୍ୟରେ ଟଙ୍କା ବାଣ୍ଟି ନେବ।

ଏହା କ’ଣ SHG ପଇସା କି ବୋଲି କିଛି ମହିଳା ପ୍ରଶ୍ନ କରୁଥିବା ବେଳେ ଟଙ୍କା ବାଣ୍ଟୁଥିବା SHG ସଦସ୍ୟା ଜଣକ ସ୍ପଷ୍ଟ କରି କହୁଛନ୍ତି, ପଦଯାତ୍ରା ପାଇଁ ଯେଉଁମାନେ ଯାଇଥିଲେ ସେମାନଙ୍କ ପାଇଁ ଧାମନଗର ଚେୟାରମ୍ୟାନ ଏହି ଟଙ୍କା ପଠାଇଛନ୍ତି। ସେତିକି ବେଳେ କିଛି ଲୋକ ଏହା ବିଜେଡି ପଇସା ବୋଲି କୁହଥିବା ଶୁଣିବାକୁ ମିଳିଛି।

ଏହି ଭିଡିଓକୁ ନେଇ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି। ସବୁ ତଥ୍ୟ ପ୍ରମାଣ ଦେବା ସହ ଟଙ୍କା ବାଣ୍ଟୁଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଦଳ ଅଭିଯୋଗ କରଛି, ବିଜେଡି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଟଙ୍କା ବାଣ୍ଟୁବା କାମରେ ନିୟୋଜିତ କରିଛି। ଯେନତେନ ନିର୍ବାଚନ ଜିତିବାକୁ ବିଜେଡି ନିୟମ ବାହାରକୁ ଯାଇ କାମ କରୁଛି।

ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଟଙ୍କା ବାଣ୍ଟୁଥିବା ମହିଳାଙ୍କୁ ତୁରନ୍ତ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ ନ ହେଲେ ଆସନ୍ତା ୨୬ ତାରିଖରେ ଉଭୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଓ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପ୍ରତିବାଦ ସଭା କରାଯିବ।

ଏହି ଅଭିଯୋଗର ଜବାବ୍ ରଖି ବିଜେଡି ସାଂସଦ ମଂଜୁଲତା ମଣ୍ଡଳ କହିଛନ୍ତି, କିଛି ବି ଟଙ୍କା ବଣ୍ଟା ଯାଉନି। ଏହା ଭୁଲ ଖବର। ମା’ମାନଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ନିଶ୍ଚୟ ବିଜେଡି ପ୍ରାର୍ଥୀଙ୍କ ବିଜୟ ହେବ।

ସେପଟେ ପ୍ରଚାର ଯୁଦ୍ଧ ଭିତରେ ସବୁ ଦଳର ଫୋକସ୍‌ରେ ରହିଛି ସଂଖ୍ୟାଲଘୁ ଭୋଟ୍। ମୋଟ ଭୋଟରଙ୍କ ମଧ୍ୟରୁ ସଂଖ୍ୟାଳଘୁ ଭୋଟ୍ ପାଖାପାଖି ଚାରି ଭାଗରୁ ଭାଗେ ହୋଇଥିବାରୁ ଏହି ଭୋଟ୍ ହାର ଜିତ୍‌ରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଏହି ନିର୍ବାଚନ ମଣ୍ଡଳୀରେ ଅଛନ୍ତି ପ୍ରାୟ ୨୫ ହଜାର ସଂଖ୍ୟାଲଘୁ ଭୋଟର୍। ତିହିଡି ବ୍ଲକରେ ୩ ହଜାର, ଧାମନଗର ବ୍ଲକରେ ୧୫ ହଜାର ଓ ଧାମନଗର ଏନ୍ଏସିରେ ପ୍ରାୟ ୮ ହଜାର ସଂଖ୍ୟାଲଘୁ ଭୋଟ୍ ରହିଛନ୍ତି। ସବୁ ଦଳର ପ୍ରାର୍ଥୀ ଓ ସମର୍ଥକ ଦାବି କରିଛନ୍ତି ସଂଖ୍ୟାଲଘୁ ଭୋଟ୍ ସେମାନଙ୍କ ସପକ୍ଷରେ ଯିବ।

ଅନ୍ୟପଟେ ଆଜି ତିହିଡି ବ୍ଲକର ବିିଭିନ୍ନ ପଂଚାୟତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଧାମନଗର ବ୍ଲକରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରିଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ଏବଂ ବିଜେଡି ଆଜି ଧାମନଗର ଏନ୍ଏସିରେ ରୋଡ୍ ଶୋ’ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story