ଆରମ୍ଭ ହେଲା କଂସ ମହାରାଜଙ୍କ ରାଜୁତି

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ରାଜଦରବାର ହାଟପଦାରେ ଆୟୋଜିତ ମହୋତ୍ସବକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦ୍‌ଘାଟନ କରିଛନ୍ତି। ଆଜିଠାରୁ ୧୧ ଦିନ ଧରି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ମହାରାଜ କଂସଙ୍କ ରାଜୁତି। ବରଗଡ଼ ପାଲଟିବ ମଥୁରା ନଗରୀ ଓ ଗୋପପୁର ହୋଇଯିବ ଅମ୍ବାପାଲି। କଂସଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବ ସମଗ୍ର ମଥୁରା। ସେହିପରି କୃଷ୍ଣ ବଳରାମ ବେନିଭାଇ ଓ ଗୋପୀ […]

dhanu jatra start from today

Rakesh Mallick
  • Published: Saturday, 23 December 2017
  • , Updated: 23 December 2017, 08:11 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ରାଜଦରବାର ହାଟପଦାରେ ଆୟୋଜିତ ମହୋତ୍ସବକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦ୍‌ଘାଟନ କରିଛନ୍ତି। ଆଜିଠାରୁ ୧୧ ଦିନ ଧରି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ମହାରାଜ କଂସଙ୍କ ରାଜୁତି। ବରଗଡ଼ ପାଲଟିବ ମଥୁରା ନଗରୀ ଓ ଗୋପପୁର ହୋଇଯିବ ଅମ୍ବାପାଲି। କଂସଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବ ସମଗ୍ର ମଥୁରା।

ସେହିପରି କୃଷ୍ଣ ବଳରାମ ବେନିଭାଇ ଓ ଗୋପୀ ଗୋପାଳଙ୍କ ବାଲ୍ୟଲୀଳାରେ ଉତ୍ସବମୁଖର ହୋଇ ଉଠିବ ଗୋପପୁର ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ, ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ ଆଦି କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଧନୁଯାତ୍ରା ନେଇ ଆଜି ସକାଳେ କମିଟି ତରଫରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

Related story