ବିଜେପିରେ ସାମିଲ ହେବାକୁ କେପିଙ୍କୁ ଆମନ୍ତ୍ରଣ

ଢେଙ୍କାନାଳ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି କେପି ସିଂହ ଦେଓଙ୍କୁ ବିଜେପିର ଯୋଗଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମନ୍ତ୍ରଣ କରିଛନ୍ତି। ଗତକାଲି ଢେଙ୍କାନାଳରେ ଭିଜିଲାନ୍ସ କୋର୍ଟ ଉଦଘାଟନୀ ଉତ୍ସବରେ ଉଭୟ ନେତା ଯୋଗ ଦେଇଥିଲେ। ବିଦ୍ଧିବଧ ନ ହେଲେ ବି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କେପିଙ୍କୁ ବିଜେପିକୁ ଆସିବାକୁ ଆହ୍ୱାନ ଦେଇଥିଲେ। ତେବେ କେପି ଧର୍ମେନ୍ଦ୍ରଙ୍କ ଏହି ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ଧର୍ମେନ୍ଦ୍ରଙ୍କ ଏଭଳି ଖୋଲାଖୋଲି ଆମନ୍ତ୍ରଣ ସମ୍ପର୍କରେ କେପିଙ୍କୁ […]

bjp

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 10:08 AM IST

ଢେଙ୍କାନାଳ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି କେପି ସିଂହ ଦେଓଙ୍କୁ ବିଜେପିର ଯୋଗଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମନ୍ତ୍ରଣ କରିଛନ୍ତି। ଗତକାଲି ଢେଙ୍କାନାଳରେ ଭିଜିଲାନ୍ସ କୋର୍ଟ ଉଦଘାଟନୀ ଉତ୍ସବରେ ଉଭୟ ନେତା ଯୋଗ ଦେଇଥିଲେ। ବିଦ୍ଧିବଧ ନ ହେଲେ ବି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କେପିଙ୍କୁ ବିଜେପିକୁ ଆସିବାକୁ ଆହ୍ୱାନ ଦେଇଥିଲେ। ତେବେ କେପି ଧର୍ମେନ୍ଦ୍ରଙ୍କ ଏହି ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଗଣମାଧ୍ୟମ ପ୍ରତିନିଧିମାନେ ଧର୍ମେନ୍ଦ୍ରଙ୍କ ଏଭଳି ଖୋଲାଖୋଲି ଆମନ୍ତ୍ରଣ ସମ୍ପର୍କରେ କେପିଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ କେବେ ଚିନ୍ତା ବି କରି ନାହାନ୍ତି ବୋଲି କହିଛନ୍ତି। ଏପରି ଭାବନା ପଛରେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି କହିବା ସହ ସେ ଦଳର ଜଣ ଆନୁଗତ୍ୟ ନେତା ବୋଲି କେପି କହିଛନ୍ତି।

 

Related story