ରାଜ୍ୟପାଳଙ୍କୁ ଭେଟିଲେ ଧର୍ମେନ୍ଦ୍ର: କହିଲେ-ସୁସ୍ଥ ଅଛନ୍ତି ଜମିର

ଭୁବନେଶ୍ୱର: ରାଜ୍ୟପାଳ ଏସ.ସି ଜମିର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସ୍ୱାଭାବିକ ଭାବେ କଥା ହେଉଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ରାଜ୍ୟପାଳଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି,“ମୁଁ ରାଜ୍ୟପାଳଙ୍କ ଶତାୟୁ କାମନା କରୁଛି।”

ଗତକାଲି ରାଜ୍ୟପାଳ ଅସୁସ୍ଥ ଥିବା ଘଟଣା ମିଡିଆରେ ପ୍ରକାଶ ପାଇଥିଲା।  ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ତାଙ୍କୁ ଅବଜରଭେସନରେ ରଖାଯାଇଥିବା ହୃଦରୋଗ ବିଭାଗ ମୁଖ୍ୟ ଡଃ ପି.କେ.ସାହୁ  ସୂଚନା ଦେଇଥିଲେ।