ଫୋନି: ଜେଟଲୀଙ୍କୁ ଚିଠି ଲେଖି କ'ଣ ମାଗିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଫୋନି ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଲୋକଙ୍କ ଜୀବିକାନିର୍ବାହ ନିମନ୍ତେ ଆର୍ଥିକ ସହଯୋଗ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଅଧିକାରୀଙ୍କ ସହ ବୈଠକ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହଜରେ ବ୍ୟାଙ୍କିଙ୍ଗ୍ ସେବା […]

cyaaaa

cyaaaa

Manoranjan Sial
  • Published: Thursday, 09 May 2019
  • Updated: 09 May 2019, 07:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଫୋନି ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଲୋକଙ୍କ ଜୀବିକାନିର୍ବାହ ନିମନ୍ତେ ଆର୍ଥିକ ସହଯୋଗ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଅଧିକାରୀଙ୍କ ସହ ବୈଠକ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହଜରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ କରାଇବା ଓ ନଗଦ ସମସ୍ୟାର ସମାଧାନ ପାଇଁ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ସେ ବ୍ୟାଙ୍କଗୁଡ଼ିକୁ ଦେଇଥିବା ପରାମର୍ଶ ସମ୍ପର୍କରେ ଅବଗତ କରାଇଛନ୍ତି। ଏହାସହିତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଋଣ ନେଇଥିବା ଗ୍ରାହକଙ୍କ ଋଣର ରି-ଷ୍ଟ୍ରକଚରିଂ, ଲୋକଙ୍କୁ ଜୀବିକାନିର୍ବାହ ନିମନ୍ତେ ଆର୍ଥିକ ସହଯୋଗ, କ୍ଷତିଗ୍ରସ୍ତ ସମ୍ପତ୍ତିର ଆକଳନ କରି ତ୍ୱରିତ୍ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଚିଠିରେ ସେ ଜଣାଇଛନ୍ତି ଯେ, ବାତ୍ୟା ଯୋଗୁ ପୁରୀରେ ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ି ପଡ଼ିଛି। ଏହି ଶିଳ୍ପ ଉପରେ ନିର୍ଭରଶୀଳ ଅନେକ ଲୋକ ନିଜର ଜୀବିକା ହରାଇଥିବାବେଳେ ହୋଟେଲ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ତେଣୁ ବାତ୍ୟାରେ କ୍ଷତିଗ୍ରସ୍ତ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ କମ ସୁଧରେ ଋଣ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

ସେହିପରି କୁକୁଡ଼ା ପାଳନ, ପଶୁ ପାଳନ, ମାଛ ଚାଷ ଓ ନାନା ଫସଲ ବାତ୍ୟାରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଫୋନି ପ୍ରଭାବିତ ଜିଲ୍ଲାରେ ଏସବୁ ଚାଷୀଙ୍କୁ ଆବଶ୍ୟକ ପରିମାଣର ରିହାତି ଦରରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ସମ୍ପତ୍ତିର ଆକଳନ କରି ବୀମାଭୁକ୍ତଙ୍କୁ ତୁରନ୍ତ ବୀମା ଅର୍ଥ ପ୍ରଦାନ କରିବା ପାଇଁ ବୀମା କମ୍ପାନୀଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ଏସବୁ ଦ୍ୱାରା ଦୀର୍ଘକାଳୀନ ଭିତ୍ତିରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅର୍ଥନୀତି ପୁଣିଥରେ ଗତିଶୀଳ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିବା ସହ ବ୍ୟାଙ୍କିଙ୍ଗ୍ ଓ ବୀମା କମ୍ପାନୀଗୁଡ଼ିକ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story