ଭ୍ରଷ୍ଟାଚାରୀ ସରକାରକୁ ଲୋକେ ବାହାର କରିଦେବେ: ଧର୍ମେନ୍ଦ୍ର

ଛତ୍ରପୁର (ଓଡ଼ିଶା ରିପୋର୍ଟର): “ଏଥର ଗଞ୍ଜାମରେ ଫୁଟିବ ପଦ୍ମ। ଓଡ଼ିଶାରୁ ୨୧ ଲୋକସଭା ଆସନ ବିଜେପି ଅକ୍ତିଆର କରିବ। ଓଡ଼ିଶାରେ ବିଜେପି ସରକାର ଗଢ଼ିବ।” ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛତ୍ରପୁରରେ ଦଳୀୟ ନେତାଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ଶ୍ରୀ ପ୍ରଧାନ କହିଛନ୍ତି,“ଓଡ଼ିଶାରେ ନିର୍ବାଚନ ଏଥର ରୋଚକ ହେବ। ସ୍ଥାଣୁ, ଅପାରଗ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ, ମିଛୁଆ, ମହିଳା, ଚାଷୀ, ଯୁବକ, ଗରିବ, ଦଳିତ, ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ସରକାର ଓ ଏଠାକାର ନେତୃତ୍ୱକୁ […]

dharmendra-says-lotus-will-bloom-in-ganjam-district11

dharmendra-says-lotus-will-bloom-in-ganjam-district11

Manoranjan Sial
  • Published: Tuesday, 26 March 2019
  • Updated: 26 March 2019, 08:22 PM IST

Sports

Latest News

ଛତ୍ରପୁର (ଓଡ଼ିଶା ରିପୋର୍ଟର): "ଏଥର ଗଞ୍ଜାମରେ ଫୁଟିବ ପଦ୍ମ। ଓଡ଼ିଶାରୁ ୨୧ ଲୋକସଭା ଆସନ ବିଜେପି ଅକ୍ତିଆର କରିବ। ଓଡ଼ିଶାରେ ବିଜେପି ସରକାର ଗଢ଼ିବ।"

ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଛତ୍ରପୁରରେ ଦଳୀୟ ନେତାଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ଶ୍ରୀ ପ୍ରଧାନ କହିଛନ୍ତି,“ଓଡ଼ିଶାରେ ନିର୍ବାଚନ ଏଥର ରୋଚକ ହେବ। ସ୍ଥାଣୁ, ଅପାରଗ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ, ମିଛୁଆ, ମହିଳା, ଚାଷୀ, ଯୁବକ, ଗରିବ, ଦଳିତ, ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ସରକାର ଓ ଏଠାକାର ନେତୃତ୍ୱକୁ ଏଥର ଓଡ଼ିଶାର ଜନତା ବାହାର କରିଦେବେ। ଦେଶର ମର୍ଯ୍ୟାଦାକୁ ବିଶ୍ୱରେ ବଢ଼ାଇଥିବା, ପାକିସ୍ତାନକୁ ଧୂଳି ଚଟେଇଥିବା ଓ ଲୋକମାନଙ୍କ କଲ୍ୟାଣ ପାଇଁ ଯୋଜନା କରିଥିବା ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ଏଥର ଆଦରି ନେବ।”

“ହିଞ୍ଜିଳିରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଜିତିବେ। ଏଠାରେ ସରକାରୀ କଳକୁ ଲଗାଇ ଗଣତନ୍ତ୍ରର ତଣ୍ଟି ଚିପିବାର ଅଭ୍ୟାସ ନବୀନ ବାବୁଙ୍କର ଅଛି। ଗଞ୍ଜାମ ତଥା ଓଡ଼ିଶାବାସୀ ତାହାର ଜବାବ ଦେବେ। ପୀତାମ୍ବର ଆଚାର୍ଯ୍ୟ ପଚାରିଥିବା ପ୍ରଶ୍ନର ଉତ୍ତର ନବୀନ ବାବୁଙ୍କୁ ଦେବାକୁ ପଡ଼ିବ। ଏହି ଅଂଚଳର ଯୁବକ କାହିଁକି ବାହାର ରାଜ୍ୟକୁ କାମ କରିବାକୁ ଯାଉଛି? ତାର ଜବାବ୍ ନବୀନ ବାବୁଙ୍କୁ ଦେବା ପାଇଁ ପଡ଼ିବ” ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି,“ଗଞ୍ଜାମ ଜିଲ୍ଲାରେ ପିଇବା ପାଣି ବ୍ୟବସ୍ଥା ନାହିଁ। ୨୪ ଘଣ୍ଟିଆ ବିଜୁଳି ନାହିଁ। ଋଷିକୁଲ୍ୟା ନଦୀ ଥାଇ ମଧ୍ୟ ଜଳସେଚନର ବ୍ୟବସ୍ଥା ନାହିଁ। ଫଳରେ କୃଷକମାନେ ନାନା ହଇରାଣ ହେଉଛନ୍ତି। ମହିଳାମାନେ ସବୁଠୁ ଅସୁରକ୍ଷିତ ଅଛନ୍ତି। ଗୋଟିଏ ଅପାରଗ ଶାସନର କେନ୍ଦ୍ରବିନ୍ଦୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଓଡ଼ିଶାରେ ପ୍ରବଳ ଜନମତ ଦେଖାଦେଇଛି। ହିଞ୍ଜିଳି ଓ ଗଞ୍ଜାମ ସେହି ଶ୍ରୀ ପ୍ରଧାନ କହିଛନ୍ତି-“ହିଞ୍ଜିଳିରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଜିତିବେ। ଏଠାରେ ସରକାରୀ କଳକୁ ଲଗାଇ ଗଣତନ୍ତ୍ରର ତଣ୍ଟି ଚିପିବାର ଅଭ୍ୟାସ ନବୀନ ବାବୁଙ୍କର ଅଛି। ଗଞ୍ଜାମ ତଥା ଓଡ଼ିଶାବାସୀ ତାହାର ଜବାବ ଦେବେ। ପୀତାମ୍ବର ଆଚାର୍ଯ୍ୟ ପଚାରିଥିବା ପ୍ରଶ୍ନର ଉତ୍ତର ନବୀନ ବାବୁଙ୍କୁ ଦେବାକୁ ପଡ଼ିବ। ଏହି ଅଂଚଳର ଯୁବକ କାହିଁକି ବାହାର ରାଜ୍ୟକୁ କାମ କରିବାକୁ
ଯାଉଛି? ତାର ଜବାବ୍ ନବୀନ ବାବୁଙ୍କୁ ଦେବା ପାଇଁ ପଡ଼ିବ।”ଭୂମିକମ୍ପର ମୂଳ କେନ୍ଦ୍ରସ୍ଥଳ ହେବା ପାଇଁ ଯାଉଛି।”

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“କେନ୍ଦୁଝର ଜିଲ୍ଲାର ଘସିପୁରା ଆଜି ରକ୍ତ ମୁଖା ହୋଇଯାଇଛି। ବିଜୁ ଜନତା ଦଳର ନେତାମାନେ କିଛି ନିର୍ଦ୍ଦିଷ୍ଟ ସରକାରୀ ପୁଲିସ ଅଧିକାରୀମାନଙ୍କୁ ହାତବାରିସୀ କରି ଗରିବ ଓଡ଼ିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି। ସରକାର ବିଶେଷତଃ ପୁଲିସ ବିଭାଗ ଆଖି ବୁଜି ଦେଇଛି। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି। ଏଥିପାଇଁ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିବ।”

“କାଳିଆର ତାଲିକା ନାହିଁ। ମୁହଁଫୁଟାଣି କରି ୩୬ ଲକ୍ଷ ଅଛି ବୋଲି କୁହାଯାଉଥିବା ବେଳେ ତାଲିକା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

କାଳିଆ ଯୋଜନାରେ ନିରଞ୍ଜନ ପୂଜାରୀଙ୍କ ବାପା, ବିକ୍ରମ ଆରୁଖ ଓ ସୁଶାନ୍ତ ସିଂହଙ୍କ ଭାଇଙ୍କ ନାମ ଅଛି ବୋଲି ଗଣମାଧ୍ୟମ ଦେଖାଇଛି। କାଳିଆ ଯୋଜନା ପାଇଁ ବଜେଟରେ ଟଙ୍କା ନାହିଁ। ଟଙ୍କା ନଥାଇ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଲଗାଇ ଏହାକୁ ବନ୍ଦ କରାଇବାର ସୁଆଙ୍ଗ ରଚାଯାଉଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ମୋଦି ବଜେଟରେ ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ତାଲିକା ପଠାଉନାହାନ୍ତି। ଓଡ଼ିଶାର ଚାଷୀଙ୍କୁ ହଇରାଣ କରିବା କାମରେ ନବୀନ ପଟ୍ଟନାୟକ ଲାଗିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos