ଢେଙ୍କାନାଳ ଜେଲରୁ କଏଦୀ ଫେରାର୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାରାଗାରରେ ସଜା କାଟୁଥିବା ଜଣେ କଏଦୀ ଆଜି ଫେରାର ହୋଇଯାଇଛି। ସକାଳ ପ୍ରାୟ ୧୧ଟା ବେଳେ ସେ ଫେରାର ହୋଇଯାଇଥିଲା। ତା’ ନାଁ ରାମ ହେମ୍ବ୍ରମ। ତା’ ଘର ଭଦ୍ରକ ଜିଲ୍ଲା ପିପିରାଇ ଅଞ୍ଚଳରେ। ସେ ଏକ ଡକାୟତି ମାମଲାରେ ୨୦୧୨ରେ ଢେଙ୍କାନାଳ ଜେଲକୁ ଆସିଥିଲା। ୨୦୧୪ ଜୁନ୍ ମାସରୁ ସେ ୭ ବର୍ଷର ସଜା କାଟୁଥିଲା। ଆଜି ସକାଳେ ରାମ ଓ ଅନ୍ୟ କେତେ ଜଣ କଏଦୀଙ୍କୁ ପାରିପାର୍ଶ୍ୱିକ ସଫେଇ ପାଇଁ […]

jail

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 10:54 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାରାଗାରରେ ସଜା କାଟୁଥିବା ଜଣେ କଏଦୀ ଆଜି ଫେରାର ହୋଇଯାଇଛି। ସକାଳ ପ୍ରାୟ ୧୧ଟା ବେଳେ ସେ ଫେରାର ହୋଇଯାଇଥିଲା। ତା’ ନାଁ ରାମ ହେମ୍ବ୍ରମ। ତା’ ଘର ଭଦ୍ରକ ଜିଲ୍ଲା ପିପିରାଇ ଅଞ୍ଚଳରେ। ସେ ଏକ ଡକାୟତି ମାମଲାରେ ୨୦୧୨ରେ ଢେଙ୍କାନାଳ ଜେଲକୁ ଆସିଥିଲା। ୨୦୧୪ ଜୁନ୍ ମାସରୁ ସେ ୭ ବର୍ଷର ସଜା କାଟୁଥିଲା।

ଆଜି ସକାଳେ ରାମ ଓ ଅନ୍ୟ କେତେ ଜଣ କଏଦୀଙ୍କୁ ପାରିପାର୍ଶ୍ୱିକ ସଫେଇ ପାଇଁ ଜେଲ ବାହାରକୁ ଅଣାଯାଇଥିଲା। କାମ କରୁଥିବା ବେଳେ ହଠାତ୍ ରାମ ଦୌଡ଼ି ପଳାଇଥିଲା ବୋଲି ଜେଲର ସତ୍ୟପ୍ରକାଶ ସ୍ୱାଇଁ କହିଛନ୍ତି। ରାମକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ଚଢ଼ାଉ କରିଛଇ। ଏନେଇ ଢେଙ୍କାନାଳ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Related story