ଦିଲୀପ ନାୟକ ହତ୍ୟା ଘଟଣା: ଅଭିଯୁକ୍ତ ରାଜୁକୁ ରିମାଣ୍ଡରେ ନେବ ପୋଲିସ, ଶରଣ ଦେଇଥିବା ଧରମ ମାଉସୀ ଗିରଫ

ଭୁବନେଶ୍ୱର: ପାତ୍ରପଡ଼ା ଦିଲୀପ ନାଏକ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ୩ ଦିନ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଆଜି ଅନୁମତି ଦେଇଛନ୍ତି । ଦୀର୍ଘ ୪୦ ଦିନର ଲୁଚକାଳି ଖେଳ ପରେ ମଙ୍ଗଳବାର ଧରାପଡ଼ିଥିଲା ରାଜୁ। ବିଭିନ୍ନ ସମୟରେ ବେଶ ବଦଳାଇ ଚକମା ଦେଉଥିବା ରାଜୁକୁ ପୋଲିସ୍ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଗିରଫ କରିଥିଲା। ଦିଲୀପ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ […]

raju barik

raju barik

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 03:26 PM IST

PUSPALATA (2)ଭୁବନେଶ୍ୱର: ପାତ୍ରପଡ଼ା ଦିଲୀପ ନାଏକ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ୩ ଦିନ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଆଜି ଅନୁମତି ଦେଇଛନ୍ତି । ଦୀର୍ଘ ୪୦ ଦିନର ଲୁଚକାଳି ଖେଳ ପରେ ମଙ୍ଗଳବାର ଧରାପଡ଼ିଥିଲା ରାଜୁ। ବିଭିନ୍ନ ସମୟରେ ବେଶ ବଦଳାଇ ଚକମା ଦେଉଥିବା ରାଜୁକୁ ପୋଲିସ୍ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଗିରଫ କରିଥିଲା।

ଦିଲୀପ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ସରଣ ଦେଇଥିବା ଧରମ ମାଉସୀକୁ ପୁଷ୍ପଲତାକୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ପାତ୍ରପଡ଼ା ଦିଲୀପ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜୁ ନୟାଗଡା ଜିଲ୍ଲା ଖଣ୍ଡପଡ଼ାରେ ଏହି ମାଉସୀଙ୍କ ଘର ବାଡ଼ିପଟେ ଲୁଚି ରହିଥିଲା। ପୋଲିସ ରେଡ୍ କରି ପୁଷ୍ପଲତାଙ୍କୁ ଗିରଫ କରିବା ସହ ରାଜୁର କିଛି  ଔଷଧ ଓ ପ୍ୟାଣ୍ଟ ମଧ୍ୟ ଜବତ କରିଛି । ପୁଷ୍ପଲତାଙ୍କ ବିୟୁଟି ପାର୍ଲରକୁ ମଧ୍ୟ ରାଜୁ ଯିବା ଆସିବା କରୁଥିଲା ବୋଲି ସ୍ଥାନୀୟ ଲୋକ କହୁଛନ୍ତି। କିନ୍ତୁ ନିଜ ବେଶ ବଦଳାଇ ଥିବାରୁ ରାଜୁକୁ କେହି ଚିହ୍ନି ପାରୁ ନ ଥିଲେ। ରାଜୁଙ୍କୁ ଆଶ୍ରୟ ଦେଇଥିବା ଏହି ଧରମ ମାଉସୀ କିଏ ଓ କାହିଁକି ତାକୁ ଘରେ ଆଶ୍ରୟ ଦେଇଥିଲେ ତାହାର ଖୋଳତାଡ ପୋଲିସ କରୁଛି ।

Related story