ସାର୍‌ ଖାଲି ପଢାନ୍ତିନି, ଆମ ସହ…

Ordigital Desk
  • Published: Friday, 22 December 2017
  • , Updated: 22 December 2017, 08:03 PM IST
<p>ଆଳି(ଓଡ଼ିଶା ରିପୋର୍ଟର): &ldquo;ସାର୍&zwnj; ଆମକୁ ଗଣିତ, ବିଜ୍ଞାନ ପଢାନ୍ତି। ସେ ସ୍କୁଲକୁ ଆସୁଆସୁ ଆମ ଭିତରେ ଭୟ ଖେଳିଯାଏ। ପାଠ ଭୁଲ୍&zwnj; କଲେ ମାରିବେ, ଗାଲିଦେବେ ଏ କଥା ଭଲ। ହେଲେ ସେ ସ୍କୁଲକୁ ଆସୁ ଆସୁ ଆମକୁ(ଝିଆମାନଙ୍କୁ) ପାଖକୁ ଡାକନ୍ତି। ହାତ ଭିଡିଆଣି ଦେହମୁଣ୍ଡରେ ହାତ ଲଗାନ୍ତି। ସମ୍ୱେଦନଶୀଳ ଅଙ୍ଗକୁ ସ୍ପର୍ଶ କରନ୍ତି। ଅସୁବିଧା ଲାଗିଲେବି ଆମେ କିଛି କହିପାରୁନା। ଖାଲି ଆମ କ୍ଲାସ ପିଲା ନୁହେଁ ସେ ସ୍କୁଲର ସବୁ ଝିଅଙ୍କ ସହ ଏମିତି ବ୍ୟବହାର କରନ୍ତି।&rdquo;</p> <p>ଏମିତି ଜଘନ୍ୟ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଦେଉଳତରା ପାଟଣା ଅଞ୍ଚଳର ଜଣେ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଛାତ୍ରୀ। ଛାତ୍ରୀ ଜଣକ ସ୍କୁଲର ବିଜ୍ଞାନ ଶିକ୍ଷକ ବିନୟଭୂଷଣ ମହାକୁଡ଼ଙ୍କ ଏଭଳି କାରନାମା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ପାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷ ୨ ଜଣ ଶିକ୍ଷକଙ୍କ ଜରିଆରେ ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଘଟଣାରେ ଖୁବ୍&zwnj;ଶିଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଡିଇଓ ।</p> <p>&amp;nbsp;</p>

Related story