ବିଜେଡିରେ ନେତୃତ୍ୱ ସଙ୍କଟ: ସଂଗଠନରେ ‘ହରିବୋଲ’ ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବିଜେଡିରେ ନେତୃତ୍ୱ ସଙ୍କଟ’ ଶୀର୍ଷକ ଦେଖିବା ପରେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ମାତ୍ର କ୍ରମାଗତ ପଞ୍ଚମଥର ରାଜ୍ୟରେ ସରକାର ଗଢ଼ିଥିବା ବିଜେଡିରେ ଏବେ ବାସ୍ତବରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ଦଳର ୩ ଛାମୁଆ ସଂଗଠନର ନେତୃତ୍ୱ ପରିବର୍ତ୍ତନକୁ ନେଇ ପ୍ରାୟ ଦେଢ଼ମାସରୁ ଅଧିକ ଦିନ ଧରି ଚର୍ଚ୍ଚା ଚାଲିଥିବାବେଳେ ଜିଲ୍ଲା ଓ ରାଜ୍ୟସ୍ତରରେ ଦଳୀୟ ନେତା ଓ କର୍ମୀଙ୍କ ମନରେ ବି ନେତୃତ୍ୱଙ୍କୁ ନେଇ ଶଙ୍କା ପଶିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

bjd

bjd

Manoranjan Sial
  • Published: Monday, 01 July 2019
  • Updated: 01 July 2019, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବିଜେଡିରେ ନେତୃତ୍ୱ ସଙ୍କଟ’ ଶୀର୍ଷକ ଦେଖିବା ପରେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ମାତ୍ର କ୍ରମାଗତ ପଞ୍ଚମଥର ରାଜ୍ୟରେ ସରକାର ଗଢ଼ିଥିବା ବିଜେଡିରେ ଏବେ ବାସ୍ତବରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ଦଳର ୩ ଛାମୁଆ ସଂଗଠନର ନେତୃତ୍ୱ ପରିବର୍ତ୍ତନକୁ ନେଇ ପ୍ରାୟ ଦେଢ଼ମାସରୁ ଅଧିକ ଦିନ ଧରି ଚର୍ଚ୍ଚା ଚାଲିଥିବାବେଳେ ଜିଲ୍ଲା ଓ ରାଜ୍ୟସ୍ତରରେ ଦଳୀୟ ନେତା ଓ କର୍ମୀଙ୍କ ମନରେ ବି ନେତୃତ୍ୱଙ୍କୁ ନେଇ ଶଙ୍କା ପଶିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସୁପ୍ରିମୋ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଦଳୀୟ ନେତା-କର୍ମୀଙ୍କ ଅନୁରୋଧ, ଆପତ୍ତି-ଅଭିଯୋଗ ଶୁଣିବା ପାଇଁ ସେ ଉପଲବ୍ଧ ହେଉନାହାନ୍ତି। ସାଂଗଠନିକ କାର୍ଯ୍ୟର ତଦାରଖ କେହିବି କରୁନାହାନ୍ତି। ଏସବୁ କାରଣରୁ ଏବେ ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ ବିଜେଡିରେ କୃତ୍ରିମ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି।

ବିଜେଡି ସୂତ୍ର ଅନୁସାରେ, ଏବେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଅତି ଜରୁରୀ ନଥିଲେ ସମୟ ଦେଉନାହାନ୍ତି କିମ୍ୱା ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ତାଙ୍କ ପରାମର୍ଶଦାତା ମଧ୍ୟ ସବୁବର୍ଗର ଦଳୀୟ ନେତାଙ୍କୁ ଭେଟୁନାହାନ୍ତି। ତୃତୀୟ ମହଲାରେ ଦଳ କଥା ବୁଝୁଥିବା ୨-୩ଜଣ ଅଫିସର ନିଜ ନିଜ କୋଟେରୀଙ୍କୁ ଧରି କାର୍ଯ୍ୟ କରୁଛନ୍ତି। ସାଂଗଠନିକ ବ୍ୟାପାରରେ ବିଜେଡି ପରାମର୍ଶଦାତାଙ୍କ ଅତି ବିଶ୍ୱସ୍ତ ତଥା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ପରଠୁ ଅଧିକାଂଶ ଦଳୀୟ ନେତାଙ୍କ ଆକ୍ରୋଶର ଶିକାର ହୋଇପଡ଼ିଛନ୍ତି। ତାଙ୍କ ପାଖକୁ ମଧ୍ୟ ସବୁବର୍ଗର ନେତା ଯିବାକୁ ଆଗ୍ରହ ଦେଖାଉନାହାନ୍ତି। ଅନ୍ୟ ଯେଉଁ କିଛି ଆଗଧାଡ଼ିର ନେତାମାନେ ଅଛନ୍ତି ସେମାନେ ‘ଆଲୋ ସଖି ଆପଣା ମହତ ଆପେ ରଖି’ ନ୍ୟାୟରେ ନିରବ ରହୁଛନ୍ତି। ତେଣୁ ଏଭଳି ସ୍ଥିତି ହିଁ ବିଜେଡିର ସବୁ ବର୍ଗର ନେତା ଓ କର୍ମୀଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଥିବା ଜଣାପଡ଼ିଛି।

ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରଠୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ଜାତୀୟ ଶୀର୍ଷ ନେତୃତ୍ୱଙ୍କ ସହ ବିଜେଡିର ଭିତିରି ବୁଝାମଣାକୁ ନେଇ ଏବେ ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ବିଜେଡି ସୁପ୍ରିମୋଙ୍କ ଏଭଳି ଅପ୍ରତ୍ୟାଶିତ ଆଚରଣ ଓ ଦୁଇ ଦଳ ମଧ୍ୟରେ ଅଘୋଷିତ ମେଣ୍ଟ ସମ୍ଭାବନା ହିଁ ତୃଣମୂଳସ୍ତରରେ ବିଜେଡି ନେତା-କର୍ମୀଙ୍କୁ ଅସନ୍ତୁଷ୍ଟ କରିଛି। ସେମାନେ ଦଳରେ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଥିବା ଜଣାପଡ଼ିଛି।

ସାଧାରଣ ନିର୍ବାଚନରେ ବିଜେଡିର ୩ ଛାମୁଆ ସଂଗଠନ -ମହିଳା, ଯୁବ ଓ ଛାତ୍ରଙ୍କ ସାମ୍ମୁଖ୍ୟର ମୁଖିଆଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁ ସେମାନଙ୍କୁ ପରିବର୍ତ୍ତନ କରାଯିବ ବୋଲି ପ୍ରାୟ ଦେଢ଼ମାସ ଧରି ଦଳୀୟ ନେତାମାନଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି। ଏଭଳି ଚର୍ଚ୍ଚା ଉକ୍ତ ୩ ଛାମୁଆ ସଂଗଠନକୁ ଏବେ ସ୍ଥାଣୁ ଅବସ୍ଥାକୁ ନେଇ ଆସିଥିବା ବେଳେ ସମ୍ପୃକ୍ତ ୩ ଛାମୁଆ ସଂଗଠନର ମୁଖିଆମାନେ ନିଜ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଗଠନ କଥା ଛାଡ଼ି ସରକାରୀ ପଦପଦବୀରେ ଥଇଥାନ ହେବାକୁ ଲବି ଆରମ୍ଭ କରିଦେଇଛନ୍ତି। ଯାହାଫଳରେ ଏହି ସଂଗଠନଗୁଡ଼ିକ ଏବେ ମୁଖିଆ ଥାଇବି ମୁଖିଆବିହୀନ ପାଲଟିଛନ୍ତି।

ସେହିପରି ନିର୍ବାଚନ ପରଠୁ ବହୁ ଜିଲ୍ଲାରେ ବିଜେଡିର ସଂଗଠନ ଏବେ ‘କୋମା’ ସ୍ଥିତିକୁ ପଳାଇଛି। ଜିଲ୍ଲାଗୁଡ଼ିକ ପାଇଁ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକମାନେ ଜିଲ୍ଲାନେତାମାନଙ୍କୁ ଧରାଛୁଆଁ ଦେଉନାହାନ୍ତି। ତେଣୁ ଜିଲ୍ଲାର ସଭାପତି ଓ କର୍ମକର୍ତ୍ତାମାନେ ସାଂଗଠନିକ କାର୍ଯ୍ୟରେ ନାନା ଅସୁବିଧା ଭୋଗୁଥିଲେ ମଧ୍ୟ ସେ ସମ୍ପର୍କରେ କାହାକୁ ଅବଗତ କରାଇବେ, ଜାଣିପାରୁନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ଏବେ ସମ୍ପୂର୍ଣ୍ଣ ଅଣଦେଖା ହୋଇ ରହିଥିବାବେଳେ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ସୂର୍ଯ୍ୟନାରାୟଣ ପାତ୍ର ଏବେ ବିଧାନସଭା ବାଚସ୍ପତି। ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ରବିନାରାୟଣ ପାଣି ଓ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ରଘୁନାଥ ମହାନ୍ତି ବିଜେପିରେ ମିଶିସାରିଛନ୍ତି। ସମ୍ବଲପୁର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଦଳୀୟ କନ୍ଦଳ ଯୋଗୁ ଜିଲ୍ଲା ମାଡ଼ୁନଥିବା ବେଳେ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ମହେଶ୍ୱର ମହାନ୍ତି ନିର୍ବାଚନରେ ହାରିବା ପରଠୁ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲା ସଭାପତି ଅବା ଅନ୍ୟ କର୍ମକର୍ତ୍ତାମାନେ ସାଂଗଠନିକ କାର୍ଯ୍ୟ ହେଉ ଅବା ଦଳୀୟ କର୍ମୀଙ୍କ ସୁଖଦୁଃଖ ବୁଝିବା ପାଇଁ କାହା ପାଖକୁ ଯିବେ ସେ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ଦଳର ମୁଖ୍ୟ ସଂଗଠନ ସାଙ୍ଗକୁ ମହିଳା, ଯୁବ, ଛାତ୍ର ଓ କୃଷକ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ସେଭଳି ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ଜଣାପଡ଼ିଛି।

ଆଗକୁ ପୌର ନିର୍ବାଚନ, କଲେଜ ଛାତ୍ର ସଂସଦ ନିର୍ବାଚନ ଓ ସମବାୟ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। କିନ୍ତୁ କର୍ମୀ ଓ ନେତାଙ୍କ କଥା ବୁଝିବା ପାଇଁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ସମୟ ଦେଉନଥିବା ବେଳେ କୌଣସି ନିର୍ବିବାଦୀୟ ବ୍ୟକ୍ତି କିମ୍ବା ଦଳୀୟ କମିଟି ଉପରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରିବାର ଆଗ୍ରହ ମଧ୍ୟ ଦେଖାଉନାହାନ୍ତି। ନିର୍ବାଚନରେ ଟିକେଟ ବଣ୍ଟନ ଓ ମନ୍ତ୍ରିପରିଷଦ ଗଠନରେ ମନମୁଖୀ କାରବାରକୁ ନିରବରେ ସହିଥିବା ଦଳର ବରିଷ୍ଠ ନେତାମାନଙ୍କ ଅସନ୍ତୋଷ ଏବେ ତୀବ୍ର କନ୍ଦଳର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story