ବରିଷ୍ଠ ନାଗରିକଙ୍କ ଲାଗି ୧୫୦ ସମନ୍ୱିତ କମ୍ପ୍ଲେକ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମାଆ ବାପାଙ୍କୁ ଅତ୍ୟାଚାର ନେଇ ରାଜ୍ୟରେ ୨୮୬ଟି ମାମଲା ରୁଜୁ ହୋଇଛି । ତା ମଧ୍ୟରୁ ୧୧୯ଟି ମାମଲା ଫଇସଲା ହୋଇଛି । ପୁରୀ ଜିଲ୍ଲାର ଜଣଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିବା […]

devi-1..

Niharika Rout
  • Published: Saturday, 27 July 2019
  • , Updated: 27 July 2019, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମାଆ ବାପାଙ୍କୁ ଅତ୍ୟାଚାର ନେଇ ରାଜ୍ୟରେ ୨୮୬ଟି ମାମଲା ରୁଜୁ ହୋଇଛି । ତା ମଧ୍ୟରୁ ୧୧୯ଟି ମାମଲା ଫଇସଲା ହୋଇଛି । ପୁରୀ ଜିଲ୍ଲାର ଜଣଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିବା ଶ୍ରୀ ପଣ୍ଡା ଉତ୍ତରରେ କହିଥିଲେ।

ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ୧୫୦ଟି ସମନ୍ୱିତ କମ୍ପ୍ଲେକ୍ସ ବ୍ୟବସ୍ଥା କରାଯାଉଛି । ୯ଟି ଜିଲ୍ଲା ଖୋର୍ଦ୍ଧା, କଟକ, ସମ୍ବଲପୁର, ପୁରୀ, ଗଂଜାମ, ଭଦ୍ରକ, ମାଲକାନଗିରି, ବାଲେଶ୍ୱର ଓ କନ୍ଧମାଳରେ କମ୍ପ୍ଲେକ୍ସ ପାଇଁ କାମ ଚାଲିଛି । ୬୨ କୋଟି ଟଙ୍କା ବ୍ୟୟରେ ଏହି କମ୍ପ୍ଲେକ୍ସ ନିର୍ମାଣ ହେଉଛି।

ତେବେ ରାଜ୍ୟରେ ୪୪ଟି ଜରା ନିବାସ ଏନଜିଓଙ୍କ ଦ୍ୱାରା ଚାଲିଛି ବୋଲି ଗୃହରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ।

Related story