ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’କୁ ଦେଖି ସବୁ ଜିଲ୍ଲାରେ ପ୍ରଚୁର ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ବାତ୍ୟାର ପ୍ରଭାବ ୧୨ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଅନୁମାନ କରାଯାଉଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଡାଲି, ତେଲ, ଚିନି, ଆଳୁ, ପିଆଜ ଓ ଚୁଡା, ଗୁଡ଼ ଭଳି ଶୁଖିଲା ଖାଦ୍ୟ ଯୋଗାଣରେ ଯେଭଳି ସମସ୍ୟା ନରହିବ, ସେଥିପାଇଁ ପଦକ୍ଷେପ ନେବାକୁ […]

dali

Manoranjan Sial
  • Published: Wednesday, 10 October 2018
  • , Updated: 10 October 2018, 08:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’କୁ ଦେଖି ସବୁ ଜିଲ୍ଲାରେ ପ୍ରଚୁର ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ବାତ୍ୟାର ପ୍ରଭାବ ୧୨ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଅନୁମାନ କରାଯାଉଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଡାଲି, ତେଲ, ଚିନି, ଆଳୁ, ପିଆଜ ଓ ଚୁଡା, ଗୁଡ଼ ଭଳି ଶୁଖିଲା ଖାଦ୍ୟ ଯୋଗାଣରେ ଯେଭଳି ସମସ୍ୟା ନରହିବ, ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ବଜାରରେ ଏହିସବୁ ସାମଗ୍ରୀର ଅଭାବ ଓ ଦରବୃଦ୍ଧି ନହେବା ଲାଗି ପରିସ୍ଥିତି ଉପରେ ନଜର ରଖିବା ସହ ଅସାଧୁ ବ୍ୟବସାୟୀମାନେ ଯେପରି ବାତ୍ୟାର ଫାଇଦା ନ ନେବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆବଶ୍ୟକସ୍ଥଳେ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଯୋଗାଣ ଓ ମାର୍କେଟିଂ ଇଣ୍ଟେଲିଜେନ୍ସ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ପ୍ରଚୁର ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଥିବାରୁ ରାଜ୍ୟବାସୀ ଆତଙ୍କିତ ନହେବାକୁ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଶ୍ୱାସନା ଦେଇଛନ୍ତି।

Related story