ହୁସିଆର ! ରାତି ୧୦ଟା ପରେ ବାଣ ଫୁଟାଇଲେ ବନ୍ଧା ହେବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ପଡ଼ୁଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ରାଜ୍ୟବାସୀଙ୍କୁ ଆଗୁଆ ଶୁଭକାମନା ଜଣାଇଛି ଓଡ଼ିଶା ପୁଲିସ। ତା’ ସହିତ ଦ୍ୱୈତନଗରୀ ଭୁବନେଶ୍ୱର-କଟକ ପାଇଁ ବାଣଫୁଟା ସଂକ୍ରାନ୍ତିୟ ସତର୍କ ପରାମର୍ଶ ଜାରି କରିଛି। ଆସନ୍ତୁ ଏହି ନିୟମାବଳିଗୁଡ଼ିକୁ ଜାଣିବା। ୧: ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସନ୍ଧ୍ୟା ୮ଟାରୁ ରାତି ୧୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ। ୨: କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ପାଖରୁ ବାଣ କିଣନ୍ତୁ। ୩: ପିଲାମାନଙ୍କୁ ଏକୁଟିଆ ବାଣ […]

dewali

dewali

Manoranjan Sial
  • Published: Wednesday, 23 October 2019
  • Updated: 23 October 2019, 10:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ପଡ଼ୁଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ରାଜ୍ୟବାସୀଙ୍କୁ ଆଗୁଆ ଶୁଭକାମନା ଜଣାଇଛି ଓଡ଼ିଶା ପୁଲିସ। ତା’ ସହିତ ଦ୍ୱୈତନଗରୀ ଭୁବନେଶ୍ୱର-କଟକ ପାଇଁ ବାଣଫୁଟା ସଂକ୍ରାନ୍ତିୟ ସତର୍କ ପରାମର୍ଶ ଜାରି କରିଛି। ଆସନ୍ତୁ ଏହି ନିୟମାବଳିଗୁଡ଼ିକୁ ଜାଣିବା।

୧: ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସନ୍ଧ୍ୟା ୮ଟାରୁ ରାତି ୧୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ।

୨: କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ପାଖରୁ ବାଣ କିଣନ୍ତୁ।

୩: ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ। ପିଲାମାନେ ବାଣ ଫୁଟାଇଲା ବେଳେ ନଜର ରଖନ୍ତୁ।

୪: ୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ମନା।

୫: ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାନ୍ତୁ ନାହିଁ।

୬: ସାମୁହିକ ଭାବେ ବାଣ ଫୁଟାଉଥିଲେ ଜନବସତିଠାରୁ ଦୂରରେ ରହି ଖୋଲାପଡ଼ିଆରେ ବାଣ ଫୁଟାନ୍ତୁ।

୭: ଚାଇନା ବାଣର ମାଳ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ।

୮: ବାଣଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖନ୍ତୁ।

୯: ବାଣଫୁଟାଇବା ପରେ ଅବଶେଷଗୁଡ଼ିକୁ ପାଣିରେ ବୁଡ଼ାଇ ଦିଅନ୍ତୁ।

୧୦: ହାତରେ ଧରି ବାଣ ଫୁଟାନ୍ତୁ ନାହିଁ। ବାଣରେ ଅଗ୍ନି ସଂଯୋଗ କଲାବେଳେ ଉପଯୁକ୍ତ ଦୂରତା ରଖନ୍ତୁ।

୧୧: ନିଷିଧ୍ୟାଞ୍ଚଳ ତଥା ଡାକ୍ତରଖାନା, କୋର୍ଟ, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥାନ, ଯଥା କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷିତ ନୀରବ ଅଞ୍ଚଳ ଆଦି ସ୍ଥାନଗୁଡ଼ିକରେ ବାଣ ଫୁଟାନ୍ତୁ ନାହିଁ।

୧୨: ନୀରିହ ପଶୁଙ୍କ ଉପରେ ବାଣ ପ୍ରୟୋଗ କରନ୍ତୁ ନାହିଁ।

୧୩: ଜରୁରୀ ପରିସ୍ଥିତିରେ ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍ (୧୦୦) କିମ୍ବା ଦମକଳ(୧୦୧)  ନମ୍ବରକୁ ସହାୟତା ପାଇଁ ଫୋନ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos