ଧନ୍ୟ ଆମ ବିଚାର ବ୍ୟବସ୍ଥା: ଝିଆରୀ ହୋଇଥିଲେ ଗଣଦୁଷ୍କର୍ମ ଶିକାର, ଘଟଣାର ସାକ୍ଷୀ ଥିବା ଖୁଡ଼ିଙ୍କୁ ବି ଗଣଦୁଷ୍କର୍ମ ଓ ହତ୍ୟା!

ଭୁବନେଶ୍ୱର: ପୋଲିସ୍ ଯାହାକୁ ଧରିଛି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସେମାନେ ମୁଖ୍ୟ ଅଭିଯୁକ୍ତ ନୁହଁନ୍ତି। ପ୍ରକୃତ ଦୋଷୀକୁ ପୋଲିସ୍ ଧରୁ। ଏଥିରେ ଅଧିକ ଲୋକ ସାମିଲ୍ ଅଛନ୍ତି। ଆଜି ଏମିତି ଅଭିଯୋଗ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା। ସେ ଦାବି କରିଛନ୍ତି ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ବି ତଦନ୍ତ ପରିସରଭୁକ୍ତ କରୁ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରଭାତୀ କହିଛନ୍ତି ଯେ ଗଣଦୁଷ୍କର୍ମ ପରେ ହତ୍ୟା […]

bjp

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 07:00 PM IST

ଭୁବନେଶ୍ୱର: ପୋଲିସ୍ ଯାହାକୁ ଧରିଛି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସେମାନେ ମୁଖ୍ୟ ଅଭିଯୁକ୍ତ ନୁହଁନ୍ତି। ପ୍ରକୃତ ଦୋଷୀକୁ ପୋଲିସ୍ ଧରୁ। ଏଥିରେ ଅଧିକ ଲୋକ ସାମିଲ୍ ଅଛନ୍ତି। ଆଜି ଏମିତି ଅଭିଯୋଗ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା। ସେ ଦାବି କରିଛନ୍ତି ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ବି ତଦନ୍ତ ପରିସରଭୁକ୍ତ କରୁ।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରଭାତୀ କହିଛନ୍ତି ଯେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳା ପଦ୍ମାବତୀ(ଛଦ୍ମନାମ)ଙ୍କ ଝିଆରୀ ମଧ୍ୟ ପୂର୍ବରୁ ଗଣଦୁଷ୍କର୍ମରେ ଶିକାର ହୋଇଥିଲେ। ଯାହାର ସାକ୍ଷୀ ଥିଲେ ପଦ୍ମ।ବତୀ। ତେଣୁ ପୂର୍ବ ମାମଲାକୁ ରଫାଦଫା କରିବା ପାଇଁ ତାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇ ପାରିଥାଏ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଗତକାଲି ପୋଲିସ ୪ ଜଣଙ୍କୁ ଗିରଫ କରିଛି। କିନ୍ତୁ ପ୍ରକୃତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି। ଗାଁ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ପୋଲିସ ହତ୍ୟାକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ। ଏହାଛଡା ଗିରଫ ହୋଇଥିବା ୪ ଜଣଙ୍କୁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର କରାଯାଉ ବୋଲି ପ୍ରଭାତୀ ଦାବି କରିଛନ୍ତି। ନ ହେଲେ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

Related story