ସଲମାନ ରାଉତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତରଭା ଗାଁରେ ସଲମାନ ରାଉତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ ହୋଇଛି। କେସେରିଆ ଗାଁ ନିକଟସ୍ଥ ଖଜୁରି ବଣରୁ ବନ୍ଧୁକ ଜବତ କରିଛି ଢେଙ୍କାନାଳ ପୋଲିସ। ଗତ ୪ ତାରିଖରେ ପୋଷ୍ଟର ମରାକୁ କେନ୍ଦ୍ରକରି ସଲମାନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳ ଓ ତାଙ୍କ ସମ୍ପର୍କିୟ ଭାଇ ତ୍ରୟମ୍ୱକ ବିଶ୍ୱାଳଙ୍କୁ ଗିରଫ କରିଛି। ଏହି ଘଟଣାରେ ପୋଲିସ ବ୍ୟୋମକେଶଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ […]

tarava

Rakesh Mallick
  • Published: Sunday, 12 February 2017
  • , Updated: 12 February 2017, 10:54 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତରଭା ଗାଁରେ ସଲମାନ ରାଉତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ ହୋଇଛି। କେସେରିଆ ଗାଁ ନିକଟସ୍ଥ ଖଜୁରି ବଣରୁ ବନ୍ଧୁକ ଜବତ କରିଛି ଢେଙ୍କାନାଳ ପୋଲିସ।

ଗତ ୪ ତାରିଖରେ ପୋଷ୍ଟର ମରାକୁ କେନ୍ଦ୍ରକରି ସଲମାନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳ ଓ ତାଙ୍କ ସମ୍ପର୍କିୟ ଭାଇ ତ୍ରୟମ୍ୱକ ବିଶ୍ୱାଳଙ୍କୁ ଗିରଫ କରିଛି। ଏହି ଘଟଣାରେ ପୋଲିସ ବ୍ୟୋମକେଶଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇ ଜେରା କରୁଛି।

 

Related story