ଏଣିକି ଡବଲ୍‌ ହେଲମେଟ୍‌ ନପିନ୍ଧିଲେ ଡିଏଲ୍ ବାତିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆହୁରି କଡ଼ାକଡ଼ି ହେବ ଗାଡ଼ି ଚଳାଚଳ। ଏଣିକି ଗାଡ଼ିରେ ଦୁଇଜଣ ଯାଉଥିଲେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ। ଯଦି ଡବଲ୍ ହେଲମେଟ୍ ନଥିବ, ତାହେଲେ ଧରାପଡ଼ିଲେ ଡିଏଲ୍ ବାତିଲ୍ ହେବ। ଡବଲ୍ ହେଲମେଟ୍ ଚେକିଂ ଆରମ୍ଭ ହୋଇଥିବାରୁ ଏମିତି ଚେତାବନୀ ଦେଇଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅତିରିକ୍ତ ବା ଏକ୍ସଟ୍ରା ହେଲମେଟ୍ ନଥିଲେ, ବାଇକ୍ ଚାଳକ କାହାରିକୁ ଲିଫ୍ଟ ନଦେବାକୁ କହିଛନ୍ତି ମନ୍ତ୍ରୀ। ଯଦି ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନପିନ୍ଧିଥିବେ, […]

helmet

helmet

Ranjit Kumar Jena
  • Published: Tuesday, 15 December 2020
  • Updated: 15 December 2020, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆହୁରି କଡ଼ାକଡ଼ି ହେବ ଗାଡ଼ି ଚଳାଚଳ। ଏଣିକି ଗାଡ଼ିରେ ଦୁଇଜଣ ଯାଉଥିଲେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ। ଯଦି ଡବଲ୍ ହେଲମେଟ୍ ନଥିବ, ତାହେଲେ ଧରାପଡ଼ିଲେ ଡିଏଲ୍ ବାତିଲ୍ ହେବ। ଡବଲ୍ ହେଲମେଟ୍ ଚେକିଂ ଆରମ୍ଭ ହୋଇଥିବାରୁ ଏମିତି ଚେତାବନୀ ଦେଇଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଅତିରିକ୍ତ ବା ଏକ୍ସଟ୍ରା ହେଲମେଟ୍ ନଥିଲେ, ବାଇକ୍ ଚାଳକ କାହାରିକୁ ଲିଫ୍ଟ ନଦେବାକୁ କହିଛନ୍ତି ମନ୍ତ୍ରୀ। ଯଦି ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନପିନ୍ଧିଥିବେ, ତାହେଲେ ଚାଳକଙ୍କ ଡିଏଲ୍ ବାତିଲ୍ ହେବ। ୩ ମାସ ଭିତରେ ଓଡ଼ିଶା ଆସିବେ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି। ତା ପୂର୍ବରୁ ଏହି କମିଟି ସଡ଼କ ସୁରକ୍ଷା ନେଇ ଯେଉଁ ସବୁ ନିର୍ଦ୍ଦେଶ ଦେଇଥିଲା, ତାକୁ ନେଇ ରାଜ୍ୟ ପରିବହନ ଓ ପୁଲିସ ମିଳିତ ଭାବେ ପ୍ରସ୍ତୁତି କରୁଛନ୍ତି।

ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ସଡ଼କ ସୁରକ୍ଷା ନେଇ ଯେଉଁସବୁ ନିୟମ କରିଥିଲେ, ତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଦୁର୍ଘଟଣା ପ୍ରବଣ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନକୁ ସୁପ୍ରିମକୋର୍ଟଙ୍କ କମିଟି ନିଜେ ଗସ୍ତ କରିବେ ଓ ନୂଆ ବ୍ଲାକ୍ ସ୍ପଟ୍ ଚିହ୍ନଟ କରିବେ ବୋଲି କହିଛନ୍ତି ପଦ୍ମନାଭ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos