ରୋଗୀକୁ କାନ୍ଧରେ ୫ କି.ମି ବୋହିଲେ ଡାକ୍ତର

ମାଲକାନଗିରି(ଜିତେନ୍ଦ୍ର ବେଉରା):  ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ନାହିଁ। ଯୋଗାଯୋଗର ମାଧ୍ୟମ କହିଲେ ଅଙ୍କାବଙ୍କା ହୋଇଥିବା ପାଦଚଲା ରାସ୍ତା। ଏପରି କ୍ଷେତ୍ରରେ ରୋଗୀଙ୍କୁ ଆଣିବା ପାଇଁ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଏପରି ସମୟରେ ଦେବଦୂତ ସାଜିଛନ୍ତି ଜଣେ ଡାକ୍ତର। ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ ଏପରି ଜଣେ ଡାକ୍ତରଙ୍କ ମହନୀୟତା ଦେଖିବାକୁ ମିଳିଛି। ଗାଁର ରାସ୍ତା ଖରାପ ଥିବା ଯୋଗୁ ଜଣେ ଗୁରୁତର ରୋଗୀଙ୍କୁ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର କାନ୍ଧରେ ବୋହି […]

malkangiri

malkangiri

Jyoshna Pradhan
  • Published: Tuesday, 17 September 2019
  • Updated: 17 September 2019, 11:57 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା):  ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ନାହିଁ। ଯୋଗାଯୋଗର ମାଧ୍ୟମ କହିଲେ ଅଙ୍କାବଙ୍କା ହୋଇଥିବା ପାଦଚଲା ରାସ୍ତା। ଏପରି କ୍ଷେତ୍ରରେ ରୋଗୀଙ୍କୁ ଆଣିବା ପାଇଁ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଏପରି ସମୟରେ ଦେବଦୂତ ସାଜିଛନ୍ତି ଜଣେ ଡାକ୍ତର।

ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ ଏପରି ଜଣେ ଡାକ୍ତରଙ୍କ ମହନୀୟତା ଦେଖିବାକୁ ମିଳିଛି। ଗାଁର ରାସ୍ତା ଖରାପ ଥିବା ଯୋଗୁ ଜଣେ ଗୁରୁତର ରୋଗୀଙ୍କୁ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର କାନ୍ଧରେ ବୋହି ୫ କିଲୋମିଟର ଆଣିଥିଲେ। ଏପରି ଡାକ୍ତରଙ୍କୁ ଦେଖିଲେ ପାଟିରୁ ସ୍ୱତପ୍ରବୃତ୍ତ ଭାବେ ବାହାରି ଆସିବ ‘ଡାକ୍ତର ହେବ ତ ଏମିତି’ । 

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ନୂଆଗୁଡ଼ା ଅଞ୍ଚଳର ଜଣେ ଅନାଥ ବାଳକ କମୁଲୁ କିର୍ଷାନି ଅସୁସ୍ଥ ହୋଇପଡ଼ିଥିଲା। ଏହାଦେଖି  ଗାଁ ଲୋକେ ଗତକାଲି ଆରୋଗ୍ୟ ପ୍ଲସ୍‌ ଟିମ୍‌କୁ ଖବର ଦେଇଥିଲେ। ଗାଁକୁ ଚଲା ପଥ ନ ଥିବାରୁ ଖବର ପାଇ ଡାକ୍ତରୀ ଟିମ୍ ବହୁ କଷ୍ଟରେ ଉକ୍ତ ଗାଁରେ ପହଞ୍ଚିଥିଲେ। ସେଠାରେ କମୁଲୁର ଅବସ୍ଥା ଗୁରୁତର ଥିବା ଦେଖି ଆରୋଗ୍ୟ ପ୍ଲସ ଟିମ୍‌ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସି ନପାରି ୫ କିଲୋମିଟର ଦୂର ବାଲିବାଡ଼ିରେ ରହିଥିଲା।

ତେବେ ପିଲାଟିର ବାପା-ମାଆ କେହି ନଥିବାରୁ ଆରୋଗ୍ୟ ପ୍ଲସ ଟିମ୍‌ ଓ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର କମୁଲୁକୁ ଏକ ଖଟିଆରେ ବୋହି ବୋହି ଆଣିଥିଲେ। ଏଥିରେ ଆମ୍ୱୁଲାନ୍ସ ଡ୍ରାଇଭର ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲେ। ପାହାଡ଼ିଆ ରାସ୍ତା ଓ ନଦୀ ନାଳ ପାର ହୋଇ କମୁଲୁକୁ କାନ୍ଧରେ ବୋହି ବୋହି ବାଲିବାଡ଼ିରେ ଥିବା ଆମ୍ବୁଲାନ୍ସ  ନିକଟରେ ପହଞ୍ଚାଇଥିଲେ। ସେଠାରୁ ତାକୁ ମାଲିକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos