ବୁଲା କୁକୁର କାମୁଡ଼ାରେ ୧୫ରୁ ଅଧିକ ଆହତ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ମଞ୍ଜୁରୀରୋଡ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଆଜି ସକାଳେ ଦୁଇଟି କୁକୁର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ। କୁକୁର କାମୁଡ଼ାରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ମାନସ ସେନାପତି ନାମକ ଯୁବକ ଯାଉଥିବା ବେଳେ ବୁଲା କୁକୁର ତାଙ୍କୁ ଗୋଡ଼ାଇ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ […]

bhadrak

bhadrak

Jyoshna Pradhan
  • Published: Tuesday, 22 October 2019
  • Updated: 22 October 2019, 02:58 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ମଞ୍ଜୁରୀରୋଡ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଆଜି ସକାଳେ ଦୁଇଟି କୁକୁର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ। କୁକୁର କାମୁଡ଼ାରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ମାନସ ସେନାପତି ନାମକ ଯୁବକ ଯାଉଥିବା ବେଳେ ବୁଲା କୁକୁର ତାଙ୍କୁ ଗୋଡ଼ାଇ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।  କୁକୁର ଆତଙ୍କ ଦେଖି  ଅଞ୍ଚଳବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ଅନେକ ଘରେ ତାଟି କବାଟ ପଡ଼ିଛି। ଯାହାର କିଛି  ଜରୁରୀ କାମ ରହିଛି ସେମାନେ ହାତରେ ବାଡ଼ି ଧରି ଘରୁ ବାହାରୁଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos