ଡାକ୍ତରଖାନା ବେଡ୍‌ରେ କୁକୁର

ଅନୁଗୋଳ (ଓଡ଼ିଶା ରିପୋର୍ଟର): ରୋଗୀ ନୁହେଁ ବରଂ ଡାକ୍ତରଖାନା ବେଡରେ ଶୋଉଛନ୍ତି ବୁଲା କୁକୁର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ଏଠାରେ କେମିତି ଚାଲିଛି ଡାକ୍ତରଖାନା ପରିଚାଳନା, ତାହା ଏକ ଭିଡିଓରୁ ସ୍ପଷ୍ଟ ହୋଇଛି। ତାଳଚେର ଉପଖଣ୍ଡ ଡାକ୍ତରଖାନାର ବେଡରେ କୁକୁର ଶୋଇଥିବା ଭିଡ଼ିଓ ଓ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରି ଦେଇଛନ୍ତି। କିଭଳି […]

hospital

Ranjit Kumar Jena
  • Published: Thursday, 29 October 2020
  • , Updated: 29 October 2020, 02:14 PM IST

ଅନୁଗୋଳ (ଓଡ଼ିଶା ରିପୋର୍ଟର): ରୋଗୀ ନୁହେଁ ବରଂ ଡାକ୍ତରଖାନା ବେଡରେ ଶୋଉଛନ୍ତି ବୁଲା କୁକୁର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ଏଠାରେ କେମିତି ଚାଲିଛି ଡାକ୍ତରଖାନା ପରିଚାଳନା, ତାହା ଏକ ଭିଡିଓରୁ ସ୍ପଷ୍ଟ ହୋଇଛି।

ତାଳଚେର ଉପଖଣ୍ଡ ଡାକ୍ତରଖାନାର ବେଡରେ କୁକୁର ଶୋଇଥିବା ଭିଡ଼ିଓ ଓ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରି ଦେଇଛନ୍ତି। କିଭଳି କୁକୁର କେଉଁ ପରିସ୍ଥିତିରେ ୱାର୍ଡ ଭିତରକୁ ପଶି ବେଡରେ ଶୋଇଲେ।

ସେହିପରି ୱାର୍ଡ ଭିତରେ ଲାଇଟ୍ ଜଳିବା ସହ ଫ୍ୟାନ୍ ମଧ୍ୟ ବୁଲୁଛି। ତେବେ ମେଡିକାଲ୍ ବେଡରେ ରୋଗୀଙ୍କ ବଦଳରେ କୁକୁର କେଉଁଠୁ ଆସିଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ଅବହେଳା ସମ୍ପର୍କରେ ତାଳଚେରବାସୀ ନିଜର ଅସନ୍ତୋଷ ଜାହିର କରିଛନ୍ତି।

Related story